Below header

ଶୂନ୍ୟରେ ‘ହ୍ୟାଣ୍ଡସେକ୍‌’ କରୁଥିବା ନଜର ଆସିଲେ ଜୋ ବାଇଡେନ! ବିରୋଧୀ କଲେ ଟାର୍ଗେଟ; କହିଲେ, ରାଜନୀତିରୁ ତୁରନ୍ତ ନିଅ ସନ୍ନ୍ୟାସ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓକୁ ନେଇ ତାଙ୍କୁ ପରିହାସ କରାଯାଉଛି। ଏହି ଭିଡିଓରୁ ବିରୋଧୀମାନଙ୍କୁ ବାଇଡେନଙ୍କୁ ଟାର୍ଗେଟ କରିବାର ଆଉ ଏକ ମଉକା ମିଳି ଯାଇଛି। ଖବରରୁ ଜଣାପଡ଼ିଛି, ବାଇଡେନ୍‌ ଗତ ଗୁରୁବାର ଉତ୍ତର କ୍ୟାରୋଲିନାର ପେନ୍‌ସିଲଭାନିଆ ୟୁନିଭର୍ସିଟିରେ ଭାଷଣ ଦେଉଥିଲେ ଏବଂ ଭାଷଣ ଶେଷ ହେବା ପରେ ସେ ଏକାକୀ ଶୂନ୍ୟରେ ହାତ ମିଳାଉଥିବାର ଦେଖା ଯାଇଥିଲେ। ଏହି ପୂରା ଘଟଣା ଭିଡିଓରେ କଏଦ ହୋଇ ଯାଇଥିଲା, ଯାହାକି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ନିଜ ଭାଷଣ ପୂରା ହେବା ପରେ ଜୋ ବାଇଡେନ ହଠାତ୍‌ ହ୍ୟାଣ୍ଡ୍‌ସେକ କରିବାକୁ ହାତ ବଢ଼ାଇଥିଲେ, ଯେତେବେଳେ କି, ସେଠାରେ କେହି ନ ଥିଲେ। ବାଇଡେନଙ୍କୁ ଏହା ଅନୁଭବ ହୋଇ ନ ଥିଲା ଯେ ଷ୍ଟେଜ୍‌ରେ ତାଙ୍କ ବ୍ୟତୀତ ଆଉ କେହି ନାହାନ୍ତି। ଭିଡିଓରେ ଆପଣ ଦେଖି ପାରିବେ, ବାଇଡେନ ନିଜ ଡାହାଣ ପାର୍ଶ୍ୱକୁ ବୁଲିଥିଲେ ଏବଂ ଗଡ୍‌ ବ୍ଲେସ୍‌ ୟୁ ଅଲ୍‌ କହିବା ସହିତ କାହା ସହିତ ହ୍ୟାଣ୍ଡସେକ୍‌ କରିବା ପାଇଁ ହାତ ବଢ଼ାଇଥିଲେ। ତେବେ ଏହି ଭୁଲ୍‌ ପରେ ବାଇଡେନ ହଠାତ୍‌ ଅନ୍ୟପଟକୁ ବୁଲି ଯାଇଥିଲେ। ବର୍ତ୍ତମାନ ପ୍ରଶ୍ନ ଉଠୁଛି, କ’ଣ ଆମେରିକା ରାଷ୍ଟ୍ରପତି କୌଣସି ରୋଗରେ ପୀଡ଼ିତ ଅଛନ୍ତି?

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ କିଛି ଲୋକ କହୁଛନ୍ତି କି, ବାଇଡେନ ଡିମେନ୍ସିଆ ନାମକ ରୋଗରେ ଜୁଝି ହେଉଛନ୍ତି। ସେପଟେ ବିରୋଧୀ ମଧ୍ୟ ତାଙ୍କ ବୟସ ବୃଦ୍ଧିକୁ ନେଇ ଟାର୍ଗେଟ କରିଛନ୍ତି। ସେମାନଙ୍କ କହିବା ହେଲା, ବାଇଡେନଙ୍କର ବଢ଼ୁଥିବା ବୟସ ତାଙ୍କ ସାଥ୍‌ ଛାଡ଼ୁଛି। ଏଥିପାଇଁ ସେ ରାଜନୀତିରୁ ବର୍ତ୍ତମାନ ସନ୍ନ୍ୟାସ ନେଇଯିବା ଉଚିତ୍‌।

ପୂର୍ବରୁ ବି କରି ସାରିଛନ୍ତି ଭୁଲ୍‌

ବାଇଡେନ ପୂର୍ବରୁ ମଧ୍ୟ ଏମିତି ଭୁଲ୍‌ କରି ସାରିଛନ୍ତି। କିଛି ଦିନ ତଳେ ତାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ସିଧା ରାସ୍ତାରେ ନ ଯାଇ ବୁଲିକି ନିଜ ଘରେ ପହଞ୍ଚିଥିଲେ। ସେହି ସମୟରେ ଏହା ମଧ୍ୟ କୁହାଯାଉଥିଲା କି, ବୋଧହୁଏ ବାଇଡେନ ଚାଲୁ ଚାଲୁ ହଠାତ୍‌ ରାସ୍ତା ଭୁଲି ଗଲେ। କହି ରଖୁଛୁ, ବାଇଡେନ ଆଜିକାଲି ବହୁତ ଚୁପ୍‌ଚାପ ନଜର ଆସୁଛନ୍ତି। ଗତ ସପ୍ତାହରେ ଏକ କାର୍ଯ୍ୟକ୍ରମ ସମୟରେ ବି ସେ ବହୁତ ବିଚଳିତ ଥିବା ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.