Below header

ଇମ୍ରାନ୍‌ ଖାନ୍‌ଙ୍କ ୟୁ-ଟର୍ଣ୍ଣ, କହିଲେ- ‘ମୁଁ ଭାରତ କି ଆମେରିକାର ବିରୋଧୀ ନୁହେଁ’

ପାକିସ୍ତାନ: ପାକିସ୍ତାନ ତହରିକ୍‌-ଏ-ଇନ୍‌ସାଫ୍‌ର ଅଧ୍ୟକ୍ଷ ତଥା ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ନିଜ କହିଥିବା କଥାରେ ୟୁ-ଟର୍ଣ୍ଣ ନେଇଛନ୍ତି। ପୂର୍ବରୁ ଇମ୍ରାନ୍‌ କହିଥିଲେ ଯେ ତାଙ୍କ ସରକାର ଭଙ୍ଗ କରିବାରେ ବିଦେଶୀ ଦେଶର ଚକ୍ରାନ୍ତ ରହିଛି। ସେ ବିରୋଧୀ ଦଳ ଉପରେ ଆମେରିକା ସହ ମିଶିଥିବା ନେଇ ଅଭିଯୋଗ କରିଥିଲେ। ଶନିବାର କରାଚୀରେ ଆୟୋଜିତ ଏକ ସଭାରେ କିନ୍ତୁ ୟୁ-ଟର୍ଣ୍ଣ ନେଇଛନ୍ତି ଇମ୍ରାନ୍‌। ସେ କହିଛନ୍ତି, ସେ ଭାରତ, ୟୁରୋପ ଓ ସଂଯୁକ୍ତ ରାଜ୍ୟ ଆମେରିକା ସମେତ କୌଣସି ଦେଶ ବିରୋଧରେ ନାହାନ୍ତି।

କରାଚୀର ବାଗ୍‌-ଏ-ଜିନ୍ନାର ଏକ ବିଶାଳ ରାଲିରେ ସମ୍ବୋଧିତ କରିବା ଅବସରରେ ଇମ୍ରାନ୍‌ କହିଛନ୍ତି, ମୁଁ ମାନବତା ସହ ଅଛନ୍ତି। ମୁଁ କେବେ ବି କୌଣସି ଦେଶ ବିରୋଧୀ ନଥିଲି। ନା ଭାରତ ନା ୟୁରୋପ ନା ଆମେରିକା। ମୁଁ କୌଣସି ସମୁଦାୟକୁ ବିରୋଧ କରେନି ବୋଲି କହିଛନ୍ତି ଇମ୍ରାନ୍‌।

ପ୍ରକାଶ ଯେ ନିକଟରେ ପାକିସ୍ତାନ ତହରିକ-ଏ-ଇନ୍‌ସାଫ୍‌ ପକ୍ଷରୁ ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ପଦରୁ ହଟାଇବା ପାଇଁ କଥିତ ବିଦେଶୀ ଚକ୍ରାନ୍ତ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ବିରୋଧରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଇମ୍ରାନ୍‌ ସରକାର ଭାଙ୍ଗିବାରେ ଆମେରିକାର ବଡ଼ ହାତ ଥିବା ନେଇ ଏଥିରେ ଅଭିଯୋଗ ହୋଇଥିଲା। ସେହିପରି ପିଟିଆଇର ଅନେକ ବଡ଼ ନେତା ପିଏମ୍‌ ନଓ୍ଵାଜ ସରିଫ୍‌ଙ୍କ ବିରୋଧରେ ମଧ୍ୟ ଭାଷଣ ଦେଇଥିଲେ।

Also Read: ଇମ୍ରାନ୍‌ଙ୍କ ଘରକୁ ଯାଇ ଶକ୍ତ ଚାପୁଡ଼ା ମାରିଥିଲେ ଆଇଏସ୍‌ଆଇ ମୁଖ୍ୟ, ହୋଇଥିଲା ହାଇଡ୍ରାମା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.