ଏହିଭଳି କରନ୍ତୁ ଅଣ୍ଡାର ବ୍ୟବହାର, ଚମକି ଉଠିବ କେଶ ଓ ତ୍ୱଚା…ଜାଣି ରଖନ୍ତୁ ସହଜ ଉପାୟ

ମହିଳାମାନେ ନିଜ କେଶ ଓ ତ୍ୱଚାକୁ ନେଇ ବହୁତ ସମ୍ବେଦନଶୀଳ ଥାଆନ୍ତି। ପ୍ରତ୍ୟେକ ମହିଳା ଚାହାଁନ୍ତି, ସେମାନେ ଅନ୍ୟଠାରୁ ସୁନ୍ଦର ଦେଖା ଯାଆନ୍ତୁ। ଏଥିପାଇଁ ସେମାନେ ବିଉଟି ପାର୍ଲର ବ୍ୟତୀତ ବିଭିନ୍ନ ପ୍ରକାର କସ୍‌ମେଟିକ ସାମଗ୍ରୀ ବି ବ୍ୟବହାର କରି ଥାଆନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଅଣ୍ଡା ସହ ଜଡ଼ିତ ଏମିତି କିଛି କଥା କହିବାକୁ ଯାଉଛୁ, ଯାହା ଆପଣଙ୍କ କେଶ ଓ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରି ପାରିବ। କାହିଁକି ନା, ଅଣ୍ଡାରେ କେଶ ଓ ତ୍ୱଚା ପାଇଁ ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ୱ ରହିଛି, ଯଦ୍ଦ୍ଵାରା ତ୍ୱଚା ମୁଲାୟମ, ସୁସ୍ଥ ତଥା ଚମକଦାର ହେବା ସହିତ କେଶ ମଧ୍ୟ ପ୍ରାକୃତିକ ଉପାୟରେ କଣ୍ଡିସନିଂ ହୋଇଥାଏ। ଆସନ୍ତୁ ଜାଣିବା, ଅଣ୍ଡା କିପରି କେଶ ଓ ତ୍ୱଚାକୁ ସୁନ୍ଦର କରି ପାରିବ।

ତୈଳାକ୍ତ ତ୍ୱଚା ପାଇଁ: ଅଣ୍ଡାର ଧଳା ଅଂଶରେ ଦୁଇ ଚାମଚ ମୁଲତାନୀ ମାଟି ମିଶାଇ ଏହି ପ୍ୟାକକୁ ନିଜ ଚେହେରାରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ଯେତେବେଳେ ଏହା ଭଲ ଭାବରେ ଶୁଖିଯିବ, ତ ହାଲୁକା ନଖଉଷୁମ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ଚେହେରାର ଗ୍ଲୋ ବଢ଼ିଥାଏ। ଏଥି ସହିତ ତୈଳାକ୍ତ ତ୍ୱଚା ସମସ୍ୟା ବି ଦୂର ହୋଇଥାଏ।

ଚେହେରାର କୁଞ୍ଚନ ଦୂର କରନ୍ତୁ: ବୟସ ବଢ଼ିବା ସହିତ ଚେହେରାରେ କୁଞ୍ଚନ ଦେଖା ଯାଇଥାଏ। ଏହାକୁ ଦୂର କରିବା ପାଇଁ ଏକ ଅଣ୍ଡାରେ ଗାଜର ଏବଂ ଏକ ଚାମଚ ଏଲୋଭେରା ଜେଲ୍‌ ମିଶାଇ ପେଷ୍ଟ୍‍ ତିଆରି କରନ୍ତୁ। ଏହି ପେଷ୍ଟ୍‍କୁ ଚେହେରା ଏବଂ ଆଖି ଚାରିପାଖରେ ଲଗାନ୍ତୁ। କିଛି ସମୟ ଏହାକୁ ଶୁଖିବାକୁ ଦିଅନ୍ତୁ। ମିଶ୍ରଣ ଶୁଖିଯିବା ପରେ ସାଦା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ଚେହେରାରେ ପ୍ରାକୃତିକ ଚମକ ଆସିବା ସହିତ କୁଞ୍ଚନ ସମସ୍ୟା ବି ଦୂର ହୋଇ ଯାଇଥାଏ।

କେଶରେ ଆଣନ୍ତୁ ଚମକ: ଅଣ୍ଡାରେ ଭରପୂର ମାତ୍ରାରେ ପ୍ରୋଟିନ ରହିଛି, ଯାହା ମୁଣ୍ଡର ତାଳୁକୁ ସୁସ୍ଥ ରଖିବାରେ ବେଶ୍‌ ଲାଭଦାୟକ ହୋଇଥାଏ। ଏହା କେଶକୁ ମଜଭୁତ କରିଥାଏ ଏବଂ କେଶ ଝଡ଼ିବା ସମସ୍ୟାରୁ ଛୁଟକାରା ଦେଇଥାଏ। ଏଥିପାଇଁ ଆପଣଙ୍କୁ ଗୋଟିଏ ଅଣ୍ଡା ଏବଂ ଗୋଟିଏ କଦଳୀକୁ ମିକ୍ସ କରି ନିଜ କେଶ ଓ ତାଳୁରେ ଭଲ ଭାବରେ ଲଗାଇବାକୁ ପଡ଼ିବ। ଯେତେବେଳେ ଏହା ପୂରାପୂରି ଶୁଖିଯିବ, ସେତେବେଳେ କେଶକୁ ଶାମ୍ପୁରେ ଧୋଇ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.