BISରେ ଖାଲିପଡିଛି ଷ୍ଟେନୋଗ୍ରାଫର ସହିତ ୩୩୭ ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ମାନକ ବ୍ୟୁରୋ (BIS) ରେ ଖାଲିପଡିଛି ଅନେକ ପଦବୀ। ଏଠାରେ ଷ୍ଟେନୋଗ୍ରାଫର, ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଜୁନିଅର ସେକ୍ରେଟେରିଏଟ୍‌ ଆସିଷ୍ଟାଣ୍ଟ, ପର୍ସନାଲ ଆସିଷ୍ଟାଣ୍ଟ, ସିନିଅର ଟେକ୍ନିସିଆନ ଏବଂ ଆସିଷ୍ଟାଣ୍ଟରେ ୩୩୭ ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି। ବିଆଇଏସ୍‌ରେ ପଦବୀ ପାଇଁ ଆବେଦନ ୧୯ ଏପ୍ରିଲରୁ ଆରମ୍ଭ ହେବ।

ଏହି ଭର୍ତ୍ତି ପାଇଁ ହେବାକୁ ଥିବା ପ୍ରବେଶ ପତ୍ର ପରୀକ୍ଷା ତାରିଖର ୧୦ ଦିନ ପୂର୍ବରୁ କରାଯିବ।

ପଦବୀ ବିବରଣୀ: ୩୩୭

ଲିଗାଲ ଡାଇରେକ୍ଟର: ୧

ଆସିଷ୍ଟାଣ୍ଟ ଡାଇରେକ୍ଟର : ୩

ପର୍ସନାଲ ଆସିଷ୍ଟାଣ୍ଟ : ୨୮

ଆସିଷ୍ଟାଣ୍ଟ ସେକ୍ସନ ଅଫିସର: ୪୭

ଷ୍ଟେନୋଗ୍ରାଫର: ୨

ଆସିଷ୍ଟାଣ୍ଟ: ୨

ସିନିଅର ସଚିବାଳୟ ସହାୟକ: ୧୦୦

ଟେକ୍ନିକାଲ ଆସିଷ୍ଟାଣ୍ଟ: ୪୭

ଶିକ୍ଷାଗତ ଯୋଗ୍ୟତା: ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଆପଣ ନୋଟିଫିକେସନ ଦେଖିଲେ ନିଶ୍ଚିତ ଜାଣିପାରିବେ।

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୧୯ ଏପ୍ରିଲରୁ ଆରମ୍ଭ ହୋଇ ଶେଷ ତାରିଖ ୯ ମଇ, ୨୦୨୨ରେ ସରିବ।

ଆବେଦନ ଶୁଳ୍କ: ଆସିଷ୍ଟାଣ୍ଟ ଡାଇରେକ୍ଟର ପଦବୀ ପାଇଁ ୮୦୦ ଟଙ୍କା ଓ ଅନ୍ୟ ବାକି ପଦବୀ ପାଇଁ ୫୦୦ ଟଙ୍କା ରହିଛି।

ବୟସ ସୀମା : ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇଛି।

ଆବେଦନ ପ୍ରକ୍ରିୟା: ସବୁ ପଦବୀ ପାଇଁ ଭର୍ତ୍ତି ଅନଲାଇନ ପରୀକ୍ଷା ଆକାରରେ କରାଯିବ।

ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରି ନିଅନ୍ତୁ:

https://www.bis.gov.in/wp-content/uploads/2022/04/Final-English-16-Apr-2022-2-files-merged.pdf

https://www.bis.gov.in/

You might also like