ରାଜଧାନୀରେ ଷ୍ଟ୍ରିଟ୍‌ କ୍ରାଇମ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ଚାଲିଛି ଜୋରଦାର ଅଭିଯାନ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ଷ୍ଟ୍ରିଟ୍‌ କ୍ରାଇମ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ଚାଲିଛି ଜୋରଦାର ଅଭିଯାନ । କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଥିଲା ହ୍ଵାଟସଆପ୍‌ ନମ୍ବର । ଗତ ୧୫ ତାରିଖରେ ଏହି ହ୍ଵାଟସଆପ୍‌ ଆପ୍‌ ନମ୍ବର ଜାରି କରିଥିଲା କମିଶନରେଟ ପୋଲିସ । ଏହି କ୍ଷେତ୍ରରେ ପୋଲିସକୁ ଭରସା କରିଛନ୍ତି ରାଜଧାନୀ ବାସିନ୍ଦା।

ପାଞ୍ଚ ଦିନରେ ଆସିଛି ୧୫୦ ମେସେଜ। କ୍ରାଇମ ଏବଂ କ୍ରିମିନାଲଙ୍କ ବିଷୟରେ ଅନେକ ତଥ୍ୟ ଫଟୋ ଆକାରରେ ହ୍ଵାଟସଆପ୍‌ ମାଧ୍ୟମରେ ଆସିଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାସ । ହ୍ଵାଟସଆପ୍‌ ମାଧ୍ୟମରେ ପୋଲିସକୁ ଅପରାଧୀଙ୍କ ବିଷୟରେ ତଥ୍ୟ ଦେଉଥିବା ବ୍ୟକ୍ତିଙ୍କର ପରିଚୟ ସମୂର୍ଣ୍ଣ ଗୁପ୍ତ ରଖାଯିବ । ଆଗକୁ ଷ୍ଟ୍ରିଟ କ୍ରାଇମ ରୋକିବା ପାଇଁ ଏହି ନମ୍ବର ସହାୟକ ହେବ ବୋଲି କହିଛନ୍ତି ଡିସିପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.