ପିଲାଙ୍କ ଅଣ୍ଡା ଛତୁଆ ହେରଫେର ଅଭିଯୋଗ, ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

ପିଲାଙ୍କ ଅଣ୍ଡା ଛତୁଆ ଖାଇଦେଲେ ଅଙ୍ଗନବାଡି କର୍ମୀ ! ଏମିତି  ଅଭିଯୋଗ ଆଣିଛନ୍ତି ଅଭିଭାବକ ଓ ଗ୍ରାମବାସୀ ।

ଆଳି : ପିଲାଙ୍କ ଅଣ୍ଡା ଛତୁଆ ଖାଇଦେଲେ ଅଙ୍ଗନବାଡି କର୍ମୀ ! ଏମିତି  ଅଭିଯୋଗ ଆଣିଛନ୍ତି ଅଭିଭାବକ ଓ ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ମହୁ ପଞ୍ଚାୟତର ବଜ଼ାରଦାଣ୍ଡି ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ହେରଫେର ହୋଇଥିବା ଅଭିଭାବକ ଓ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ହଡ଼ପ ହୋଇଥିବା ବ୍ଲକ ପ୍ରଶାସନ ଓ କେନ୍ଦ୍ରାପଡା ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି । ୫ମାସ ହେବ ଅଣ୍ଡା, ଛତୁଆ, ସୁଜି ଆଦି ପିଲାଙ୍କୁ ଦିଆନଯାଇ ଅଙ୍ଗନବାଡି କର୍ମୀ ହଡ଼ପ କରିଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି । ଅନ୍ୟପଟେ ଗ୍ରାମବାସୀ ଓ ଅଭିଭାବକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଙ୍ଗନବାଡି କର୍ମୀ ।  ଲେ ଅଣ୍ଡା ଛତୁଆ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.