କନଫେଡରେସନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା, ସମର୍ଥନ ଜଣାଇଛି ଓଡ଼ିଶା ବ୍ୟବସାୟୀ ମହାସଂଘ

ଜିଏସଟି ବ୍ୟବସ୍ଥାର ପୁନଃସମୀକ୍ଷା ଏବଂ ଟ୍ୟାକ୍ସ ସ୍ଲାବ ସରଳୀକରଣ ଦାବି

ଭୁବନେଶ୍ବର: ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ କରୁଛି କନଫେଡରେସନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ-CAIT । ଜିଏସ୍‌ଟି ସରଳୀକରଣ ଓ ଇ-କମର୍ସ ବ୍ୟବସାୟୀଙ୍କ ଉପରେ ସରକାରୀ ନିୟନ୍ତ୍ରଣ ଦାବିରେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଦେଶବ୍ୟାପୀ ୧ ହଜାର ୫୦୦ ସ୍ଥାନରେ ସଂଗଠନ ପକ୍ଷରୁ ଧାରଣା ଦିଆଯାଉଛି ।

ଜିଏସଟି ବ୍ୟବସ୍ଥାର ପୁନଃସମୀକ୍ଷା ଏବଂ ଟ୍ୟାକ୍ସ ସ୍ଲାବ ସରଳୀକରଣ ଦାବି କରିଛି ସଂଗଠନ। ସର୍ବଭାରତୀୟ ବ୍ୟବସାୟୀ ସଂଘର ବନ୍ଦ୍‌ ଡାକରାକୁ ସମର୍ଥନ ଜଣାଇଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ରାଜ୍ୟର ବିଭିନ୍ନ ସହରରେ ବନ୍ଦ ପାଳନ କରାଯିବ । ଓଡ଼ିଶା ବ୍ୟବସାୟୀ ମହାସଂଘ ସମର୍ଥନ କରୁଛି । ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରହିବ । ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ଗାଡ଼ି ଚଳାଚଳ ସ୍ୱାଭାବିକ ରହିବ । ବସ ଚଳାଚଳ କରିବ ବୋଲି ଘରୋଇ ବସ ମାଲିକ ସଂଘ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.