ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଆ ପର୍ବାତାରୋହୀ ତଥା ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଓଡ଼ିଆ ପର୍ବାତାରୋହୀ ତଥା କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ । ବିଧାନସଭା ପରିସରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଅବସରରେ ପର୍ବତାରୋହଣ ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି ସିଦ୍ଧାର୍ଥ ରାଉତରାୟ ।

ତିନିଟି ମହାଦେଶର ତିନୋଟି ଉଚ୍ଚତମ ଗିରିଶୃଙ୍ଗକୁ ସେ ସଫଳତାର ସହ ଆରୋହଣ କରିଛନ୍ତି । ଉତ୍ତର ଆମେରିକାର ମାଉଣ୍ଟ ଦେନ୍ନାଲି, ଦକ୍ଷିଣ ଆମେରିକାର ମାଉଣ୍ଟ ଆକୋନକାଗୁଆ ଓ ଆଫ୍ରିକାର କିଲିମାଞ୍ଜେରୋ ।

ସେହିପରି ସାତୋଟି ମହାଦେଶର ସାତୋଟି ଶିଖର ଆରୋହଣ ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ବାନା ଉଡ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହିଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିବା ସହ ସଫଳତା କାମନା କରିଛନ୍ତି । ସିଦ୍ଧାର୍ଥ ରାଉତରାୟ ଏବେ ଆମେରିକାର ସିଲିକନ ଭ୍ୟାଲିରେ ରହୁଛନ୍ତି । ସେ ହେଉଛନ୍ତି ଜଟଣୀ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ । ଏହି ସାକ୍ଷାତ ଆଲୋଚନା ବେଳେ ବିଧାୟକ ସୁରେଶ ରାଉତରାୟ ଓ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.