ଖାକିରେ ଲାଗିଲା ଦାଗ: ଦୀର୍ଘ ୪ ବର୍ଷ ହେବ ନାବାଳିକା ସହ ଦୁଷ୍କର୍ମ ! ଅଭିଯୋଗ ପରେ ପଦବୀରୁ ନିଲମ୍ବିତ ସହ ଗିରଫ ହେଲେ କନେଷ୍ଟବଳ

ଭୁବନେଶ୍ୱର (କେନ୍ୟୁଜ): ଖାକିରେ ଲାଗିଲା ଦାଗ। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କନେଷ୍ଟବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ। ରଜନୀକାନ୍ତ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୋଲିସର ଏକ ଥାନାରେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ଗିରଫ କରାଯିବା ପରେ କନେଷ୍ଟବଳ ପଦବୀରୁ ନିଲମ୍ବିତ କରାଯାଇଛି। ଅଭିଯୋଗ ଅନୁୟାୟୀ ନାବାଳିକା ଜଣକ ରଜନୀକାନ୍ତ ପଡୋଶୀଙ୍କ ସମ୍ପର୍କୀୟଙ୍କ ଝିଅ।

ଦୀର୍ଘ ୪ ବର୍ଷ ହେବ କନେଷ୍ଚବଳ ଜଣକ ନାବାଳିକାଙ୍କ ଶହ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ଭିଡିଓ ବନାଇ ବ୍ଲାକମେଲ୍‌ କରୁଥିଲେ। ଭିଡିଓ ଡିଲିଟ୍‌ କରିବାକୁ ରଜନୀକାନ୍ତ ତାଙ୍କୁ ୫୦ହଜାର ଟଙ୍କା ମାଗିଥିଲେ। ଏହାପରେ ନାବାଳିକା ଚାଇଲ୍‌ଡ ଲାଇନ୍‌ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କନେଷ୍ଟବଳ ରଜନୀକାନ୍ତଙ୍କୁ ଗିରଫ କରାଯାଇଛି। CRPC ଧାରା ୧୬୧ରେ ନାବାଳିକାଙ୍କ ବୟାନ୍‌ ରେକର୍ଡ କରାଯାଇଛି। କ୍ୟାପିଟାଲ୍‌ ହସ୍‌ପିଟାଲରେ ପିଡୀତାଙ୍କ ଡାକ୍ତରୀମାଇନା କରାଯାଇଛି।