ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ବେଙ୍ଗାଲୁରୁ: ପାଟିଦାରଙ୍କ ଦମଦାର ଶତକୀୟ ଇନିଂସ, IPLରୁ ଲକ୍ଷ୍ନୌ ବିଦା

ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ବେଙ୍ଗାଲୁରୁ । ଆଇପିଏଲରୁ ଲକ୍ଷ୍ନୌ ସୁପର ଜିଆଣ୍ଟସର ବିଦାୟ । ରଜତ ପାଟିଦାରଙ୍କ ଅରାଜିତ ଶତକ ବଳରେ ଲକ୍ଷ୍ନୌକୁ ୧୪ ରନରେ ପରାସ୍ତ କରିଛି ଆରସିବି । ଏହି ବିଜୟ ସହ ବେଙ୍ଗାଲୁରୁ କ୍ୱାଲିଫାୟର-୨କୁ ଉନ୍ନିତ ହୋଇଛି । ଏବେ କ୍ୱାଲିଫାୟର-୨ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲସ-ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ।

ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ପାଟିଦାରଙ୍କ ଅପରାଜିତ ୧୧୨ ରନ ବଳରେ ୪ ଓ୍ଵିକେଟ ହରାଇ ୨୦୭ ରନ କରିଥିଲା । ଜବାବରେ ଲକ୍ଷ୍ନୌ ୬ ଓ୍ଵିକେଟ ହରାଇ ୧୯୩ ରନ କରିଥିଲା । ଲୋକେଶ ରାହୁଲ ୭୯ ରନ କରିଥିବା ବେଳେ ଦୀପକ ହୁଡ୍ଡା ୪୫ ରନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.