Below header

ଦିବ୍ୟାଙ୍ଗ ମତଦାତାଙ୍କୁ ଟେକି ନେଇ ବୁଥ ଭିତରେ ପହଞ୍ଚାଇଲେ କନେଷ୍ଟବଳ ସ୍ମିତା ମାଝୀ, କର୍ତ୍ତବ୍ୟ ସହ ଦେଖାଇଲେ ମାନବିକତା

ଜୟପୁର(କେନ୍ଯୁଜ୍):  ପଞ୍ଚାୟତ ନିର୍ବାଚନ ତୃତୀୟ ପର୍ଯ୍ୟାୟ ଭୋଟ ବେଳେ ନିଜ ସୁରକ୍ଷା ଦାୟିତ୍ୱ ବାଦ ବି ଏମିତି କିଛି ଚିତ୍ର ଦେଖିବାକୁ ମିଳିଥିଲା ନନ୍ଦପୁର ବ୍ଲକର ହିକିମପୁଟ୍ ବୁଥ୍ ରେ । ନିଜ ମତଦାନ ସାବ୍ୟସ୍ତ କରିବାକୁ ଆସିଥିବା କିଛି ଦିବ୍ୟାଙ୍ଗ ମତଦାତାଙ୍କୁ ଟେକି ନେଇ ବୁଥ ଭିତରେ ପହଞ୍ଚାଇଥିଲେ କନେଷ୍ଟବଳ ସ୍ମିତା ମାଝୀ ।

sm

ଯେଉଁଠି ଦିବ୍ୟାଙ୍ଗ ମତଦାତା ନିଜର ଅଧିକାର ସାବ୍ୟସ୍ତ କରିବାକୁ ଆସିଥିଲେ ମଧ୍ୟ ଲମ୍ବା ଧାଡିରେ ବୁଥକୁ ଯିବା କଷ୍ଟକର ହୋଇଥିଲା ସେଠି ସୁରକ୍ଷା ଦେଉଥିବା ମହିଳା କନେଷ୍ଟବଳ ମଧ୍ୟ କର୍ତ୍ତବ୍ୟ ସହ ମାନବିକତା ଦେଖାଇଥିଲେ । ଯାହା ଗଣତାନ୍ତ୍ରିକ ତଥା ଲୋକତନ୍ତ୍ର ରେ ଦାୟିତ୍ୱବୋଧର ଚିତ୍ର । ଭୋଟ କେନ୍ଦ୍ର ବାହାରୁ ଦିବ୍ୟାଙ୍ଗ ତଥା ଅସହାୟ ଲୋକଙ୍କୁ ନିଜ ହାତରେ ଉଠାଇ ଆଣି ଭୋଟ ଦେଲା ପରେ ପୁଣି ଥରେ ସେହି ସ୍ଥାନରେ ପହଞ୍ଚାଇ ଦେଇଥିଲେ । ସ୍ମିତାଙ୍କ ଏପରି କାମ ଯୋଗୁଁ ପ୍ରଶଂସା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.