କ’ଣ ଏମିତି ବି ଥାଏ ଚାକିରି! ଏଠି ‘ମିଠା’ର ଫଟୋ ଉଠାଇ ଇଣ୍ଟରନେଟ୍‌ରେ ଛାଡ଼ିବା ପାଇଁ ବାହାରିଲା ନିଯୁକ୍ତି; ୧ ଘଣ୍ଟାରେ ମିଳିବ ୧୩୦୦ ଟଙ୍କା

ମିଠା ଖାଇବାକୁ କାହାକୁ ବା ପସନ୍ଦ ନୁହେଁ। ଯଦି ଆପଣଙ୍କ ପ୍ରିୟର ମିଠା ଆପଣଙ୍କୁ ମିଳିଯିବ, ତ ପାଟିରୁ ଲାଳ ବାହାରିବା ସ୍ୱାଭାବିକ। ଏବେ ଏମିତି ହିଁ ଏକ ସ୍ୱିଟ୍‌ ଡିସ୍‌ ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଫେମସ୍‌ ହୋଇ ଯାଇଛି, ଯାହାର ନାଁ ‘ଡୋନଟ୍’। ସୁସ୍ୱାଦୁ ଲାଗୁଥିବା ଏହି ଡୋନଟ୍ର ଚାହିଦା ଦେଶ ଓ ବିଦେଶରେ ଢ଼େର୍‌ ଅଧିକ ରହିଛି। କିନ୍ତୁ ଏବେ ଆମେରିକା ଲୋକଙ୍କୁ ମାଗଣାରେ ଡୋନଟ୍ ଖାଇବାର ସୁଯୋଗ ମିଳିଛି। ଏଥିପାଇଁ ଏକ ଦୋକାନ ଖାସ୍‌ ଚାକିରି ବାହାର କରିଛି।

ସାନ ଫ୍ରାନ୍ସିସ୍କୋରେ ଥିବା ଏକ ଡୋନଟ୍ ଚେନ୍ ଏଠାରେ ନିଯୁକ୍ତି ସୁଯୋଗ ଆଣିଛି। ସେମାନେ ଏମିତି ଲୋକଙ୍କୁ ଖୋଜୁଛନ୍ତି, ଯେଉଁମାନେ ଏଠାରେ ପ୍ରତିଦିନ ତିଆରି ହେବାକୁ ଥିବା ଡୋନଟର କ୍ରିଏଟିଭ୍‌ ଫଟୋ ଉଠାଇବେ ଏବଂ ସେଗୁଡ଼ିକୁ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବେ। ମଜାଦାର କଥା ହେଉଛି ଯେ ଯିଏ ବି ଏହି କାମ କରିବ, ତାଙ୍କୁ ଲଗାତାର ମାଗଣାରେ ଡୋନଟ୍ ଖାଇବାକୁ ଦିଆଯିବ।

ରିପୋର୍ଟ ମୁତାବକ, ଏହି ଡୋନଟ୍ ଚେନ୍ ଗୋଟିଏ ଦିନରେ ୩୫୦୦ରୁ ଅଧିକ ଡୋନଟ୍ ତିଆରି କରିଥାଏ, ଯାହାର ପ୍ରଚାର ଏବେ ସେମାନେ ସୋସିଆଲ ମିଡିଆରେ କରିବାକୁ ଚାହୁଁଛନ୍ତି। ଏଥିପାଇଁ କମ୍ପାନୀ ଡୋନଟ୍ କଣ୍ଟେଣ୍ଟ୍‌ ଇଣ୍ଟର୍ଣ୍ଣ ପାଇଁ ନିଯୁକ୍ତି ବାହାର କରିଛି। ରିପୋର୍ଟ ମୁତାବକ, ଜନି ଡୋନଟ୍ସ ନାମକ ଡୋନଟ୍ ଚେନ୍‌ ଏହି ଚାକିରି ସୁଯୋଗ ଆଣିଛି। ଏହି ଦୋକାନ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା। ଏବେ ଏଠାରେ ପ୍ରାୟ ୭୫ ଜଣ ଲୋକ କାମ କରୁଛନ୍ତି ଏବଂ ୪ଟି ଲୋକେଶନରେ ଏହାର ଦୋକାନ ରହିଛି। ସାନ ଫ୍ରାନ୍ସିସ୍କୋ ବେ ଅଞ୍ଚଳରେ ଏହାର ଫୁଡ୍‌ ଟ୍ରକ୍ ମଧ୍ୟ ଅଛି।

ଇଣ୍ଟର୍ଣ୍ଣଙ୍କୁ ମିଳିବ ୧ ଘଣ୍ଟାରେ ୧୩୦୦ ଟଙ୍କା

ଜନି ଡୋନଟ୍ସ ପ୍ରତିଷ୍ଠାତା କ୍ରେଗ ବ୍ଲମ କହିଛନ୍ତି ଯେ ଇଣ୍ଟର୍ଣ୍ଣଙ୍କୁ ଦୋକାନର ସ୍ୱତନ୍ତ୍ର ଡୋନଟ୍ ଖାଇବାର ସୁଯୋଗ ମିଳି ଚାଲିଥିବ। ପ୍ରାର୍ଥୀ କେବଳ ଦୋକାନର ୱେବସାଇଟରେ ହିଁ କାମ କରିବେ ନାହିଁ, ବରଂ ଟିକ୍‌ଟକ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ମଧ୍ୟ ସଞ୍ଚାଳନ କାମ କରିବେ। ଇଣ୍ଟର୍ଣ୍ଣଙ୍କୁ ୧ ଘଣ୍ଟା ପାଇଁ ୧୩୦୦ ଟଙ୍କା ମିଳିବ ଏବଂ ତାଙ୍କୁ ସପ୍ତାହରେ ୧୦ ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ପଡିବ। ପ୍ରାରମ୍ଭରେ ଏହା ୩ ମାସର ଚୁକ୍ତି ହେବ, କିନ୍ତୁ ପରେ ଏହାକୁ ବଢ଼ା ଯାଇପାରେ। ଯେଉଁ ଲୋକମାନେ ଏଥିରେ ଆବେଦନ କରିବାକୁ ଚାହିଁବେ, ସେମାନଙ୍କ ପାଖରେ ୨ ବର୍ଷର ଫଟୋଗ୍ରାଫି ଅଭିଜ୍ଞତା ଥିବା ଆବଶ୍ୟକ। ଏଥି ସହିତ ଏଡିଟିଂ ସଫ୍ଟୱେର୍ ଚଲାଇବାର ମଧ୍ୟ ଅଭିଜ୍ଞତା ରହିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.