ସାମ୍ବାଦିକଙ୍କ ଗାଲକୁ ଢ଼ୋ ଢ଼ୋ ସେକିଲେ ଖାକି ବର୍ଦ୍ଦିରେ ଥିବା ପୋଲିସ ମ୍ୟାଡମ୍‌

କେନ୍ଦ୍ରପଡା (କେନ୍ୟୁଜ) : ସାମ୍ବାଦିକଙ୍କ ଗାଲରେ ଢ଼ୋ ଢ଼ୋ ଥାପଡ ମାରିଲେ ପୋଲିସ ମ୍ୟାଡମ୍‌। କିଛି ଶୁଣୁନାହାଁନ୍ତି ଠୋ ଠୋ କରି ସେକି ଚାଲିଛନ୍ତି ଯୁବ ସାମ୍ବାଦିକଙ୍କ ଗାଲକୁ। ସାମ୍ବାଦିକ ଜଣଙ୍କ ଆଜ୍ଞା ଆପଣ ଦେଇ କଥା ହେଉଛନ୍ତି କିନ୍ତୁ ଶୁଣିବାକୁ ନାରାଜ ପୋଲିସ ମ୍ୟାଡମ। ଖାଲି ମାଡ ତ ମାରୁନାହାଁନ୍ତି ଏମିତି ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି ଯେ ଆପଣ କାନରେ ହାତ ଦେଇଦେବେ। କୁହାଯାଏ ଆଇନର ହାତ ଲମ୍ବା କିନ୍ତୁ ଏ ଘଟଣା ଦେଖି ଲାଗୁଛି ବୋଧହୁଏ ଏ ମ୍ୟାଡମଙ୍କ ହାତ ଆଇନ ଠାରୁ ବି ଲମ୍ବା। ମାଡ ଖାଉଥିବା ବ୍ୟକ୍ତି ହେଉଛନ୍ତି ଜଣେ ୱେବ ଚ୍ୟାନେଲର ସାମ୍ବାଦିକ। ଆଉ ମାଡ ମାରୁଥିବା ଏ ମହିଳା ହେଉଛନ୍ତି ରିଜର୍ଭ ପୋଲିସ କନେଷ୍ଟବଳ ପିନୁ ନାୟକ।

protestସୂଚନା ଅନୁଯାୟୀକେନ୍ଦ୍ରାପଡା ଏସପିଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଜେପି ଧାରଣା ସ୍ଥଳକୁ ସାମ୍ବାଦିକ ଭିମସେନ ସେଠି ଖବର ସଂଗ୍ରହ କରିବାକୁ ଯାଇଥିଲେ। ଆଉ ଏହି ସମୟରେ ମହିଳା କନେଷ୍ଟବଳ ପିନୁ ନାୟକ ମାସ୍କ ପିନ୍ଧି ନଥିବା ଦେଖିବାକୁ ପାଇଥିଲେ। ଯାହାର ଚିତ୍ରକୁ ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଦେଲେ। ବାସ୍‌ କଥା ଏତିକି ତାପରେ ପିନୁ ମ୍ୟାଡମଙ୍କ ରାଗ ଏକଦମ୍‌ ଚରମରେ ପହଁଚିଗଲା। ଘଟଣାରେ ଖପା ହୋଇ ମହିଳା କନଷ୍ଟେବଳ ପିନୁ ନାୟକ ସାମ୍ବାଦିକଙ୍କ କଲରକୁ ଟାଣି ମାଡ ମାରିଲେ। ଘଟଣା ସ୍ଥଳରେ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ ତାଙ୍କୁ ଅଟକାଇବାକୁ ବି ଚେଷ୍ଟା କଲେ। ଅଟକାଇଲେ ବି ସେ ବରିଷ୍ଟ ଅଧିକାରୀଙ୍କ କଥା ମାନି ନ ଥିଲେ। ଏପରିକି ଉପରିସ୍ଥ ଅଧିକାରୀଙ୍କ ସାମ୍ନାରେ ମ୍ୟାଡମ ପିନୁ ବହୁତ ଅଶ୍ଳୀଳ ଭାଷାରେ ଗାଳି ବି ଦେଇଥିଲେ ସାମ୍ବାଦିକଙ୍କୁ।

policeଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ଘଟଣାକୁ ବିଭିନ୍ନ ମହଲରେ ତିବ୍ର ନିନ୍ଦା କରିବା ସହ ମହିଳା କନେଷ୍ଟବଳଙ୍କୁ ନିଲମ୍ବନ କରିବାକୁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ସାମ୍ବାଦିକମାନେ। କାର୍ଯ୍ୟାଳୟ ଗେଟକୁ ବାହାରପଟୁ ବନ୍ଦ କରି ନ୍ୟାୟ ଦାବି କରିଛନ୍ତି ସାମ୍ବାଦିକ। ତେବେ ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ ମହିଳା କନଷ୍ଟେବଳଙ୍କର କୌଣସି ପ୍ରତିକ୍ରୀୟା ମିଳିନାହିଁ। ଏବେ ଆପଣ କୁହନ୍ତୁ ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏମିତି ବିଚ୍‌ ରାସ୍ତାରେ କଲର ଧରି ମାଡ ମାରିବା କଣ ଯୁକ୍ତିଯୁକ୍ତ? ପୋଲିସ ମ୍ୟାଡମ କଣ ଯାହା କଲେ ଠିକ କଳେ କି? ମ୍ୟାଡମ ଖାକି ବର୍ଦ୍ଦି ପିଦ୍ଧିଛନ୍ତି ବୋଲି କଣ କିଛି ମାନିବେନି? ଏହାର ଜବାବ ଆପଣ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.