ରାଜ୍ କୁନ୍ଦ୍ରାଙ୍କ ବ୍ଯାଙ୍କ ଖାତାର ହେବ ଫରେନ୍ସିକ ଯାଞ୍ଚ, ୟୁକେ ପଠାଯାଉଥିଲା ପଇସା: ପୋଲିସ

ପର୍ଣ୍ଣ ଫିଲ୍ମ ତିଆର କରିବା ଓ ଅନଲାଇନ ଆପ୍ ଜରିଆରେ ପବ୍ଲିସ କରିବା ଅଭିଯୋଗରେ ଗିରଫ ହୋଇଥିଲେ ରାଜକୁନ୍ଦ୍ରା। ଏବେ ରାଜଙ୍କ ଫରେନ୍ସିକ ଯାଞ୍ଚ କରୁଛି। ଏହି ଘଟଣାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ କହିଛି ଯେ, ବ୍ରିଟେନର କମ୍ପାନୀ କେନରିନ ପ୍ରାଇଭେଟ ଲିମିଡେଟ କୁନ୍ଦ୍ରାଙ୍କ କମ୍ପାନୀ ସହିତ ସମ୍ବନ୍ଧ ଥିବା ୧୩ଟି ବ୍ଯାଙ୍କ ଖାତାରେ ପଇସା ଟ୍ରାନ୍ସଫର କରୁଥିଲେ। ଫେବ୍ରୁଆରୀରେ ପର୍ଣ୍ଣଗ୍ରାଫି ର୍ଯାକେଟର ଖୁଲାସା ହେବା ପରେ ସୋମବାର ଉଦ୍ଯୋଗତିଙ୍କୁ ଗିରଫ କରିଥିଲା।

ହଟହିଟରୁ ରାଜ କୁନ୍ଦ୍ରା ଓ ତାଙ୍କ କମ୍ପାନୀ ଦୈନିକ ଲକ୍ଷେରୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ଏବଂ ଏହି ଟଙ୍କା ବ୍ୟାଙ୍କକୁ ଟ୍ରାନ୍ସଫର କରାଯାଉଥିଲା। ପୋଲିସ କହିଛି ଯେ ଅଭିଯୁକ୍ତଙ୍କ ମୋବାଇଲରୁ ମିଳିଥିବା ବ୍ୟାଙ୍କ ଡିଟେଲରୁ ଏହା ସ୍ପଷ୍ଟ ହୋଇଛି। ଏହି ମାମଲାରେ ୟସ୍ମିନ୍ ଖାନ୍ ଛଦ୍ମନାମ ରୋହ ଖାନ୍ (ନିର୍ମାତା ଏବଂ ନିର୍ଦ୍ଦେଶକ), ମୋନୁ ଶର୍ମା (ଫଟୋଗ୍ରାଫର), ଭାନୁ ଠାକୁର (ଅଭିନେତା), ଆତିଷ ଶେଖ (ଅଭିନେତା), ପ୍ରତୀଭା ନାଲୱାଡେ (କ୍ରିଏଟିଭ୍ ଡାଇରେକ୍ଟର) ଏବଂ ମଡେଲ ଗେହନା ବସିଷ୍ଟଙ୍କୁ ଗିରଫ କରାଯାଇଥିଲା।

ଅଭିଯୋଗ ହୋଇଛି ଯେ ଏହି ଅଭିଯୁକ୍ତମାନେ ଅଶ୍ଳୀଳ ଚଳଚ୍ଚିତ୍ରର ସୁଟିଂ କରୁଥିଲେ ଏବଂ ହଟହିଟ ଆପ୍ଲିକେସନରେ ଅପଲୋଡ୍ କରୁଥିଲେ। ସେହିଭଳି ରାଜ କୁନ୍ଦ୍ରାଙ୍କ ଟିମ ପର୍ଣ୍ଣ ଭିଡିଓ ମଧ୍ୟ ହଟଶଟରେ ଅପଲୋଡ୍ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.