ଏସବୁ ସମସ୍ୟା ଥିଲେ ଆଦୌ ଖାଆନ୍ତୁନି ଜିରା, ଚାଲିଯାଇପାରେ ଜୀବନ

ଭାରତୀୟ ମସଲା ମଧ୍ୟରେ ଜିରା ପ୍ରମୁଖ। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଜିରା ବ୍ୟବହାର କରାଯାଏ। ଡାଲି, ତରକାରୀ, ଭଜା ସବୁଥିରେ ଏହାକୁ ବ୍ୟବହାର କରାଯାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜିରାର ବି କେତେକ ସାଇଡ୍‌ ଇଫେକ୍ଟ ରହିଛି। ଆସନ୍ତୁ ଜାଣିବା ଜିରା ଖାଇବାର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ…

  • ଜିରା ଖାଇବା ଦ୍ୱାରା ଛାତି ପୋଡ଼ା ହୁଏ। ଡାକ୍ତରଙ୍କ କହିବାନୁସାରେ, ଜିରା ପେଟରେ ଗ୍ୟାସ୍‌ ସୃଷ୍ଟି କରେ। ଫଳରେ ଛାତି ଜଳା ପୋଡ଼ା ହୁଏ।
  • ଜିରାରେ ଥିବା ତୈଳାଂଶ ଲିଭର ଓ କିଡ୍‌ନୀ ପାଇଁ କ୍ଷତିକାରକ ହୋଇଥାଏ। ଅତ୍ୟଧିକ ଜିରା ସେବନ କଲେ କିଡ୍‌ନୀ ଡ୍ୟାମେଜ୍‌ ହେବା ଆଶଙ୍କା ରହିଛି।
  • ଜିରା ସେବନ ଦ୍ୱାରା ଗ୍ୟାସ୍‌ ହୁଏ। ଅତ୍ୟଧିକ ଗ୍ୟାସ୍‌ ହେଲେ ବାରମ୍ବାର ହାକୁଟି ଆସେ।
  • ଜିରାରେ ନାର୍କୋଟିକ୍‌ ପ୍ରପର୍ଟି ରହିଛି। ଏହାକୁ ଅଧିକ ଖାଇଲେ ମାନ୍ଦା ଓ ନିଦ ଲାଗିବା ଭଳି ସମସ୍ୟା ଦେଖାଯାଇପାରେ।
  • ଅତ୍ୟଧିକ ଜିରା ସେବନ ଦ୍ୱାରା ବ୍ଲଡ୍‌ସୁଗାର ଲେବଲ କମିଯାଇପାରେ। ଏଣୁ ଯଦି କୌଣସି ସର୍ଜରୀ ପାଇଁ ଯାଉଛନ୍ତି ତେବେ ଜିରା ଖାଇବାରୁ ବିରତ ରୁହନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.