Below header

ରାଜ୍ୟରେ ଲକ୍ଷେ ଟପିଲା କରୋନା ଆରୋଗ୍ୟଙ୍କ ସଂଖ୍ୟା

କେନ୍ୟୁଜ(ବ୍ୟୁରୋ): କରୋନା କାଳରେ ଆଶ୍ୱସ୍ତିକର ଖବର । ହାରୁଛି ମହାମାରୀ । ସୁସ୍ଥ ହେଉଛନ୍ତି ଅଧିକ ଆକ୍ରାନ୍ତ । ରାଜ୍ୟରେ ଲକ୍ଷେ ଟିପିଛି ଆରୋଗ୍ୟଙ୍କ ସଂଖ୍ୟା । ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍‌ ଯୋଦ୍ଧାଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ସମ୍ଭବ ହୋଇ ପାରିଛି । ସେମାନଙ୍କ ନିଷ୍ଠାପର ସେବାକୁ ପ୍ରଶଂସା କରିଛନ୍ତି । ରାଜ୍ୟରେ ସୁସ୍ଥ ହାର ରହିଛି ୭୫ ପ୍ରତିଶତରୁ ଅଧିକ । ବର୍ତ୍ତମାନ ରାଜ୍ୟରେ ରହିଛି ୧ ଲକ୍ଷ ୩୧ ହଜାର ୩୮୨ ପଜିଟିଭ କେସ୍‌ । ଗତକାଲି ସୁଦ୍ଧା ସୁସ୍ଥ ସଂଖ୍ୟା ଥିଲା ୯୯ ହଜାର ୩୯୮ ।

ରାଜ୍ୟରେ ମହାମାରୀ ମାଡୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୪୯୦ ନୂଆ ଆକ୍ରାନ୍ତ । ଖୋର୍ଦ୍ଧାରେ ପଜିଟିଭ୍‌ କେସ୍‌ ସାମାନ୍ୟ କମିଛି । ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୩୫ ଆକ୍ରାନ୍ତ । କଟକରୁ ୩୭୬, ପୁରୀରୁ ୨୧୭, ମୟୂରଭଞ୍ଜରୁ ୨୦୭ ଓ ରାୟଗଡ଼ାରୁ ବାହାରିଛନ୍ତି ୨୦୬ ପଜିଟିଭ୍‌ । ଗଞ୍ଜାମରୁ ୬୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍‌ କେସରେ ଆଗରେ ଖୋର୍ଦ୍ଧା । ଜିଲ୍ଲାରେ ୭ ହଜାର ୬୮୩ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଯାହାକି ଗଞ୍ଜାମ କେସ୍‌ ଅପେକ୍ଷା ୧୦ ଗୁଣା ଅଧିକ । ଗଞ୍ଜାମରେ ଏବେ ୭୭୭ ଆକ୍ଟିଭ୍‌ କେସ୍‌ ରହିଛି । ରାଜ୍ୟର କରୋନା ଆକ୍ଟିଭ କେସ୍‌ ତାଲିକାରେ ୧୩ତମ ସ୍ଥାନରେ ରହିଛି ଗଞ୍ଜାମ ।

ସଂକ୍ରମଣ ସହ ମୁଣ୍ଡ ନେଉଛି ମହାମାରୀ । ଗତ ୨୪ ଘଣ୍ଟାରେ ଆଉ ୧୩ ଜଣଙ୍କର ଜୀବନ ଯାଇଛି । ରାଜ୍ୟରେ ମୋଟ୍‌ ମୃତ୍ୟୁସଂଖ୍ୟା ୫୬୯ । ରାଜ୍ୟରେ ମୃତ୍ୟୁହାର ରହିଛି ୦.୪୩% । ସଂକ୍ରମଣରେ ଏବେ ଚିନ୍ତା ବଢ଼ାଇଛି ଖୋର୍ଦ୍ଧା ଓ କଟକ ଜିଲ୍ଲା । ଏହି ଦୁଇ ଜିଲ୍ଲାରେ ସଂକ୍ରମିତ ଓ ଆକ୍ଟିଭ୍‌ କେସ୍‌ ବଢି ଚାଲିଛି । ଏବେ ଗଞ୍ଜାମ ଫର୍ମୂଲାରେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନେଇଛନ୍ତି ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.