Below header

‘ବିବାହ ବଞ୍ଚାଇବାକୁ ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟା କରିବି, ମୁଁ ମୋ ଶାଶୂଘର ଛାଡି କୁଆଡେ ଯିବି ନାହିଁ’ : ବର୍ଷା ପ୍ରିୟଦର୍ଶିନୀ

ଓଲିଉଡ଼ର ଚର୍ଚ୍ଚିତ ଯୋଡି ଅନୁଭବ ଓ ବର୍ଷାଙ୍କ ବିବାଦ ବେଳକୁ ବେଳ ନୂଆ ରୂପ ନେଉଛି‌ । କେତେବେଳେ ଅନୁଭବ ବର୍ଷାଙ୍କୁ ଚିଠି ଲେଖିଲେଣି ତ କେତେବେଳେ ବର୍ଷା ଅନୁଭବଙ୍କୁ ତାର ଜବାବ ଦେଲେଣି‌ । ଯାହାକୁ ନେଇ ସାରା ଓଡ଼ିଶାରେ ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି‌ । ସମସ୍ତଙ୍କର ନଜର ଏବେ ଦୁଇଜଣଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଉପରେ‌ । କାରଣ ଏହି ଦମ୍ପତି କୋର୍ଟକୁ ଯିବା ପୂର୍ବରୁ ହିଁ ସୋସିଆଲ ମିଡିଆରେ ପରସ୍ପର ବିରୁଧରେ ମତ ରଖୁଛନ୍ତି‌ । ତେବେ କିଛି ସମୟ ତଳେ ଓଲିଉଡ଼ ଅଭିନେତା ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପୁଣିଥରେ ନିଜର ଭାବନାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି‌ । ସେ ଲେଖିଛନ୍ତି “ଗୁରୁଜନଙ୍କ ଆଶୀର୍ବାଦ ନେଇ ଫେବୃୟାରୀ 8 2014 ମସିହାରେ ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲି‌ । ଦୁର୍ଭାଗ୍ୟବଶତଃ ଚାରିକାନ୍ଥ ଭିତରେ ଥିବା ସ୍ୱାମୀ ସ୍ତ୍ରୀଙ୍କ କଥାକୁ ନେଇ ମିଥ୍ୟ ଆରୋପ ମୋ ସ୍ୱାମୀ ମୋ ଉପରେ ଲଗାଇଛନ୍ତି‌ ।”

ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻

Posted by Varsha Priyadarshini on Tuesday, September 8, 2020

ଏହାସହ ସେ ଲେଖିଛନ୍ତି ” ଏଇଟା ମୋ ଶାଶୂଘର‌ । ମୁଁ ଏଠାକୁ ବାହା ହୋଇ ଆସିଛି‌ । ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏଠାରେ ରହିବାର ଅଧିକାର ମୋର ଅଛି‌ । ବର୍ତ୍ତମାନ ମୁଁ ମୋ ମାଙ୍କ ପାଖକୁ ଫେରି ଯାଇ ପାରିବି ନାହିଁ‌ । ମୋର ବାପା କିମ୍ବା ଭାଇ ନାହାନ୍ତି‌ । ମୋ ମା’ ବହୁତ ଅସୁସ୍ଥ ଏବଂ ବର୍ତ୍ତମାନ ସେ ମୋ ବଡ଼ ଭଉଣୀ ପାଖରେ ରହି ଚିକିତ୍ସିତ ହେଉଛନ୍ତି‌ । ଏହାସହିତ ସେ କହିଛନ୍ତି ମୁଁ ମୋ ଶ୍ବଶୁରଙ୍କୁ ମଧ୍ୟ ଯଥେଷ୍ଟ ସମ୍ମାନ କରେ‌ । ଅତୀତରେ ବାରମ୍ବାର ମିଡ଼ିଆରୁ ମୋତେ ପ୍ରଶ୍ନ କରାଯାଇଥିଲେ ମଧ୍ୟ ମୁଁ ସର୍ବଦା ଆମ ଘରର କଥାକୁ ଗୋପନୀୟ ରଖି ଆସିଛି କିନ୍ତୁ ଆଉ ମୁଁ ଚୁପ ରହିବି ନାହିଁ‌ । ବର୍ତ୍ତମାନ ମୋ ସ୍ୱାମୀଙ୍କୁ ଭଲ ବାଟକୁ ଫେରାଇ ଆଣିବାର ଦାୟିତ୍ତ୍ୱ କେବଳ ମୋର‌ ।”

ଶେଷରେ ବର୍ଷା ଲେଖିଛନ୍ତି ଯେ “ଗୋଟେ ପଟେ ମୁଁ ମୋ ସ୍ୱାମୀଙ୍କର ପରକୀୟା ପ୍ରୀତିକୁ ନେଇ କଷ୍ଟ ପାଉଥିଲେ ମଧ୍ୟ ସେ ସବୁକୁ ସହ୍ୟ କରି ମୁଁ ମୋ ବିବାହ ବଂଚାଇଵାକୁ ଚାଁହୁଛି‌ । ଦିନେ ନା ଦିନେ ସେ ବାଟକୁ ଫେରି ଆସିବେ ବୋଲି ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି‌ । କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ମୋ ସ୍ୱାମୀ ପ୍ରମାଣିତ କରିଛନ୍ତି ଯେ ମୁଁ ମୋ ଶାଶୂଘର ଲୋକଙ୍କ ସହ ମିଳିମିଶି ଚଳୁଛି । ମୋ ବିବାହ ବଞ୍ଚାଇବାକୁ ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟା କରିବି ସେଥିପାଇଁ ଆପଣ ମାନଙ୍କର ଆଶୀର୍ବାଦ ମୋତେ ନିହାତି ଦରକାର‌ ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.