ରାଜଧାନୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସୁସ୍ଥତା ହାର: ୫ ଦିନରେ ଭଲ ହେଲେଣି ୪ହଜାର ୪୫ ସଂକ୍ରମିତ

ଭୁବନେଶ୍ୱର: ଭୁବନେଶ୍ୱରବାସୀଙ୍କ ପାଇଁ ଆଶ୍ୱସ୍ତି ଖବର। ରାଜଧାନୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସୁସ୍ଥତା ହାର । ୫ ଦିନରେ ୫ହଜାର ୩୮୫ଜଣ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ହଜାର ୪୫ । ରବିବାର ସହରରୁ ୧୦୪୮ ଆକ୍ରାନ୍ତ ଥିବାବେଳେ ୯୦୬ଜଣ ସୁସ୍ଥ ହୋଇଛନ୍ତି। ଶନିବାର ୧୦୩୪ ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୦୧୯।

ଶୁକ୍ରବାର ୧୦୪୮ରୁ ସୁସ୍ଥ ହୋଇଛନ୍ତି ୮୪୮। ଗୁରୁବାର ୧୧୧୮ଆକ୍ରାନ୍ତଙ୍କ ମଧ୍ୟରୁ ୬୭୩ ସୁସ୍ଥ ହୋଇଥିଲେ। ସେହିପରି ଲ୍‌କଡାଉନ୍‌ର ପ୍ରଥମ ଦିନ ବୁଧବାର ଭୁବନେଶ୍ୱରରୁ ୧୦୭୪ ଆକ୍ରାନ୍ତ ବାହାରିଥିଲେ। ସୁସ୍ଥ ହୋଇଥିଲେ ୫୯୯। ଦ୍ୱିତୀୟ ଲହରି ଆରମ୍ଭରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ହାର ବହୁତ କମ୍‌ ରହୁଥିଲା। ଏବେ ଏହି ଟ୍ରେଣ୍ଡ ବଦଳିବାରେ ଲାଗିଛି। କିନ୍ତୁ ଅମାନିଆଙ୍କ ଯୋଗୁଁ ସ୍ଥାନୀୟ ସଂକ୍ରମଣ ବଢିବାରେ ଲାଗୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.