ଫେରୋକ୍ରୋମ କାରଖାନାରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ

ଯାଜପୁର : ଯାଜପୁର ରୋଡ୍‌ ଫେରୋକ୍ରୋମ କାରଖାନାରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ । କାରଖାନାରେ କର୍ମଚାରୀ ନିଯୁକ୍ତି, ଠିକାଦାରୀ, କଞ୍ଚାମାଲ, ପରିବହନ ଆଦିରେ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛନ୍ତି ଶ୍ରମିକ। ଏସବୁ ଘଟଣା ଚର୍ଚ୍ଚାକୁ ଆସିବା ପରେ ଶିଳ୍ପ ନିଗମର ନବନିଯୁକ୍ତି ସିଏମଡି ସୁରେଶ ମହାପାତ୍ର କାରଖାନା ଗସ୍ତ କରି ଏହାର ଯାଞ୍ଚ ଓ ସମୀକ୍ଷା କରିଛନ୍ତି । ତେବେ ସେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । କାରଖାନାରେ ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଶ୍ରମିକମାନଙ୍କୁ ନିୟମିତ ସୁରକ୍ଷା ଉପକରଣ ଓ ଅନ୍ୟାନ୍ୟ ସହାୟତା ରାଶି ଦିଆଯାଉ ନଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.