କେନ୍ଦୁଝର: ପରିବହନ କାର୍ଯ୍ଯାଳୟରେ ବ୍ଯାପକ ଦୁର୍ନୀତି! ଜବତ ଗାଡ଼ିକୁ କିପରି ମିଳିଲା ଫିଟନେସ ସାର୍ଟିଫିକେଟ ?

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ପରିବହନ ବିଭାଗର ଚାଲିଛି ବେଧଡ଼ ଦୁର୍ନୀତି । ଏହାର ଉଦାହରଣ ହେଉଛି ଗାଡି ନ ଦେଖି ଫିଟନେସ୍ ଦେବା ଯାହାକି ପରିବନ ବିଭାଗର ନିୟମକୁ ଫୁ କରିବା ସଦୃଶ୍ଯ। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଅଂସେଇକଳା ନିକଟରୁ ଖଣିଜ ପଥର ଚୋରି ଅଭିଯୋଗରେ ଜଙ୍ଗଲ ବିଭାଗ ୫ଟି ଗାଡି ଜବତ କରି ନେଇଥିଲା । ଆଉ ତାରି ଭିତରେ ରହିଥିଲା OR09K 7811 ଓ OR09K 8711 ଗାଡି ଦୁଇଟି । ଏମାନେ ପଡୋଶୀ ଝାଡ଼ଖଣ୍ଡକୁ ଲୁହା ପଥର ଚୋରା ଚାଲାଣ କରୁଥିବା ବେଳେ ଧାରା ପଡିଥିଲେ । ଏହି ଗାଡିକୁ ଜଙ୍ଗଲ ବିଭାଗ ବଡ଼ବ୍କେଇଲ ରେଞ୍ଜ ଅଫିସରେ ଜବତ କରି ରଖାଯାଇଛି । ଆଉ ଏ ସଂକ୍ରାନ୍ତରେ ପରିବହନ ବିଭାଗ ଓ ସ୍ଥାନୀୟ ପୋଲିସ କୁ ଅବଗତ ମଧ୍ୟ କରିଛି । ହେଲେ ଏତେ ସବୁ ଭିତରେ ଏହି ଦୁଇଟି ଗାଡିର ଫିଟନେସସ ଗତ ୧୬ତାରିଖରେ ମିଳି ଯାଇଛି । ଯାହାକି M PARIBAHAN ରୁ ମିଳି ଥିବା ତଥ୍ଯ ରୁ ସ୍ପଷ୍ଟ ହୋଇଛି।

ଏବେ ବି ଏହି ଟ୍ରକ ଦୁଇଟି ରେଞ୍ଜ ଅଫିସ କାର୍ଯ୍ଯାଳୟ ରେ କେନ୍ଦୁଝର ଖଣି ଯୁଗ୍ମ ନିର୍ଦେଶକଙ୍କ ଅନୁଯାଇ ଏହାକୁ ବ୍ଲାକ ଲିଷ୍ଟ କରାଯାଇଛି । ଏତେ ସବୁ ଭିତରେ ଗାଡି ଦୁଇଟିର ଫିଟନେସସ କିପରି ହେଲା ତାହାକୁ ନେଇ ପ୍ରଶ୍ନ ବାଛି ସୃଷ୍ଟି ହୋଇଛି ? ଟ୍ରକର ଫିଟ ନେସ ୧ବର୍ଷ ପାଇଁ ଦିଆ ଯାଉଥିବା ବେଳେ, M PARIBAHAN ତଥ୍ଯ ଅନୁଯାୟୀ ଏହାର୍‌ ଫିଟନେସ ୧୫ମାର୍ଚ୍ଚ୨୦୨୨ ପର୍ଯ୍ଯନ୍ତ ଅଛି । ପରିବହନ ବିଭାଗ ନିୟମ ଅନୁସାରେ କୌଣସି ଗାଡ଼ିକୁ ପ୍ରତ୍ୟକ୍ଷ ଭାବରେ ଦେଖି ଫିଟନେସ ଯାଞ୍ଚ କରି ଫୋଟୋ ଉଠାଇବା ପରେ ଫିଟନେସ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ । କିନ୍ତୁ ବଡ଼ବିଲ ପରିବହନ କାର୍ଯ୍ଯାଳୟରେ ସବୁ ସମ୍ଭବ ହୋଇଥାଏ । ଏହା ସ୍ପଷ୍ଟ ବରି ହୋଇ ପଡୁଛି ।

ଗାଡ଼ି ଅଛି ବଡ଼ବିଲର ଜଙ୍ଗଲ ବିଭାଗ ରେଞ୍ଜ ଅଫିସ ପରିସରରେ କିନ୍ତୁ ସଠିକ ସମୟରେ ଏହାର ଫିଟନେସ ମଧ୍ୟ ହୋଇଯାଇ ପାରୁଛି । ମିଳିଥିବା ସୂଚନା ଅନୁସାରେ ଗତ ଫେବୃଆରୀ ମାସ ୧୯ ତାରିଖ ରାତି ୧ଟା ୧୫ମିନିଟ ସମୟରେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଅଧିକାରୀ ବଡ଼ବିଲ ରେଞ୍ଜ ଅନ୍ତର୍ଗତ ବିଲେଇପଦା ସେକ୍ସନ ରେ ଥିବା ଖେସେରା ସଂରକ୍ଷିତ ଜଙ୍ଗଲ ଅସେଇଁକଳା ଠାରେ ଚଢାଉ କରିଥିଲେ ଏବଂ ଏହି ଗାଡି ଗୁଡ଼ିକୁ ଜବତ କରି ବଡ଼ବିଲ ରେଞ୍ଜ ଅଫିସକୁ ହସ୍ତାନ୍ତର କରିଥିଲେ । କିନ୍ତୁ ଏହି  ଦୁଇ ଟ୍ରକକୁ ଗତ ୧୬ ତାରିଖରେ ବଡ଼ବିଲ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଫିଟନେସ ସାର୍ଟିଫିକେଟ ଦେଇଛନ୍ତି । ଯାହାକୁ ନେଇ ସ୍ବତନ୍ତ୍ର ଯାଞ୍ଚ କରାଯିବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.