ନବରଙ୍ଗପୁର ନାକଟିସେମାଡ଼ା ଗାଁରେ ଅଘଟଣ: ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ଜଣେ ମୃତ ଜଣେ ଗୁରୁତର

ନବରଙ୍ଗପୁର: ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ। ଜଣେ ମୃତ, ଜଣେ ଗୁରୁତର। ଘଟଣା ଘଟିଛି ନବରଂଗପୁର ଜିଲ୍ଲା ରାଇଘର ବ୍ଳକ ନାକଟିସେମାଡ଼ା ଗାଁରେ। ବିବାହ ପାଇଁ ସାମାଜିକ ସ୍ୱୀକୃତି ନମିଳିବାରୁ ପ୍ରେମୀ ଯୁଗଳ କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପ୍ରେମିକାର ମୃତ୍ୟୁ ଘଟିଥିବା ବେଳେ ପ୍ରେମିକ ହଲଦାସ ଗଣ୍ଡଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

 

Leave A Reply

Your email address will not be published.