ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ବିଂଝାରପୁର ପୋଲିସ୍

ଯାଜପୁର ଟାଉନ(କେନ୍ଯୁଜ୍): ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର l ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜ଼ିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଉତ୍ତରକୁଳ ପଞ୍ଚୟତ ସୁନ୍ଦରପୁର ଗାଁରେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲାବେଳେ ମୃତ ଦମ୍ପତି ହେଲେ ଦୀପକ କୁମାର ନାଥ ଏବଂ ଅନିତା ନାଥ ।

ଦୀପକ ଓଡ଼ିଶା ବାହାରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ । ଲକଡାଉନ ପାଇଁ ଘରେ ଆସି ରହୁଥିଲେ। ପାରିବାରିକ କଳହରୁ ଏପରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେପଟେ ବିଂଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରି ତଦନ୍ତ ଚଳାଇଛି ।

ସୂଚନା ଅନୁସାରେ ବିଂଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଦୀପକ କୁମାର ନାଥ (୩୩) ଯାଜପୁର ଟାଉନ ଥାନା ଖଣ୍ଡରା ଗ୍ରାମର ଅନିତା ନାଥ (୨୦)ଙ୍କୁ ଗତ ବର୍ଷ ଜୁଲାଇ ୬ ତାରିଖରେ ବିବାହ ହୋଇଥିଲା। ଦୀପକ ହାଇଦ୍ରାବାଦରେ କାମ କରୁଥିବା ବେଳେ କରୋନା ପାଇଁ ଭଲ ରୋଜଗାର ହେଉନଥିଲା। ଅନ୍ୟପଟେ ବୋହୂ ଅନିତାଙ୍କୁ ତାଙ୍କ ଶାଶୁ ଓ ନଣନ୍ଦ ନିର୍ଯାତନା ଦେଉଥିବା ଝିଅର ବାପ ଘର ଲୋକ ଅଭିଯୋଗ ଉଠାଇଛନ୍ତି। ତେଣୁ ଅନିତା ଗତ ୬ ମାସ ହେଲା ବାପ ଘରେ ରହୁଥିଲେ।
ଗତ ୧୧ ତାରିଖରେ ଦୀପକ ଘରକୁ ଫେରିଥିବା ବେଳେ ଅନିତା ମଧ୍ୟ ବାପ ଘରୁ ଶାଶୁଘରକୁ ଆସିଥିଲେ। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂପର୍କ ଥିବା ବେଳେ ଶାଶୁଘର ଲୋକଙ୍କ ପାଇଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି ଅନିତାଙ୍କ ବାପ ଘର ଲୋକେ। ତେବେ ଏହି ଦମ୍ପତିଙ୍କ ମୃତ୍ୟୁକୁ ନେଇ ବିଂଝାରପୁର ପୋଲିସ ତଦନ୍ତ ଆରମ୍ଭ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.