କାରକୁ ଧକ୍କା ଦେଲା ଗୋରୁ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ପୁରୁଣା ଷ୍ଟେଟ୍ ବ୍ୟାଙ୍କ ନିକଟରେ ଏକ ଗୋରୁ ବୋଝେଇ ପିକ୍ ଅପ୍ ଏକ କାରକୁ ଧକ୍କା ଦେଇଥିବା ଦେଖିବାକୁ ମିଳିଛି। ଉକ୍ତ ପିକଅପ୍ ଗିଡିଟି ଧାମରାରୁ ଜାମୁଝାଡି ଅଭୁମୁଖେ ଖୁବ୍ ଦ୍ରୁତଗତିରେ ଆସୁଥିଲା।  ସମାନ ଦିଗରୁ ଆସୁଥିବା କାରକୁ ଉକ୍ତ ଗୋରୁ ବୋଝେଇ ପିକଅପ୍ ଗାଡିଟି ଧକ୍କା ଦେଇ ରାସ୍ତା କଡରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା।

ପରେ ପିକ୍ଅପ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିଲା। ହେଲେ କାରରେ ବସିଥିବା ୪ଜଣ ବଜରଙ୍ଗ ଦଳର ଯୁବକ ଅଳ୍ପକେ ବର୍ତ୍ତି ଯାଇଥିଲେ।  ହେଲେ ଗୋରୁ ବୋଝେଇ ପିକ୍ଅପରେ ୧୦ରୁ ଉର୍ଦ୍ଧ୍ବ ଷଣ୍ଢ ଥିବା ଦେଖି ପୋଲିସକୁ ଖବର କରିଥିଲେ ଓ ବେଆଇନ୍ ଗୋ ଚାଲାଣକୁ ବନ୍ଦ କରିବାକୁ ଦାବି କରି ରାସ୍ତାରୋକ କରିଥିଲେ ବଜ୍ରଦଳର ଯୁବକ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରି ରାସ୍ତାରୋକ ହଟାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.