ପୁଣି ଗୋମାତା ପାଟିରେ ଫୁଟିଲା ବୋମା, ଶିକାର ପାଇଁ ରଖାଯାଇଥିବା ବେଳେ ଖାଇଦେଲା ଗାଈ
ମହାବିରରୋଡ ରେଞ୍ଜ କଟୁମୁଣ୍ଡା ଜଙ୍ଗଲରେ ରଖାଯାଇଥିଲା ବମ ।କଟୁମୁଣ୍ଡା ଗ୍ରାମର ଲବଣି ବେହେରାଙ୍କ ଗୋରୁ ଗାଈ ଓ ବଳଦ ଜଙ୍ଗଲକୁ ଚରିବା ପାଇଁ ଯାଇଥିବା ବେଳେ ରଖାଯାଇଥିବା ବୋମାକୁ ଖାଇ ଦେବାରୁ ବଳଦର ମୁହଁରେ ଗଭିର ଆଘାତ ଲାଗିଛି।ମୁଖ୍ଯତ ବାରାହା ଶିକାର ପାଇଁ ଏହି ବମକୁ ଜଙ୍ଗଲ ଭିତରେ ରଖିଥାନ୍ତି।
କାମାକ୍ଷାନଗର(କେନ୍ୟୁଜ୍): ଜଙ୍ଗଲରେ ଶିକାର ଉଦ୍ଧେଶ୍ଯରେ ରଖାଯାଇଥିବା ବୋମା ଫୁଟି ବଳଦ ଗୁରୁତର। ମହାବିରରୋଡ ରେଞ୍ଜ କଟୁମୁଣ୍ଡା ଜଙ୍ଗଲରେ ରଖାଯାଇଥିଲା ବମ ।କଟୁମୁଣ୍ଡା ଗ୍ରାମର ଲବଣି ବେହେରାଙ୍କ ଗୋରୁ ଗାଈ ଓ ବଳଦ ଜଙ୍ଗଲକୁ ଚରିବା ପାଇଁ ଯାଇଥିବା ବେଳେ ରଖାଯାଇଥିବା ବୋମାକୁ ଖାଇ ଦେବାରୁ ବଳଦର ମୁହଁରେ ଗଭିର ଆଘାତ ଲାଗିଛି।ମୁଖ୍ଯତ ବାରାହା ଶିକାର ପାଇଁ ଏହି ବମକୁ ଜଙ୍ଗଲ ଭିତରେ ରଖିଥାନ୍ତି।
ପୂର୍ବରୁ ମଧ୍ୟ ଜଙ୍ଗଲରେ ଶିକାରୀ ଶିକାର ଉଦେଶ୍ଯରେ ରଖାଯାଇଥିବାର ନଜିର ରହିଥିଲା ବେଳେ ବନ ବିଭାଗ ସମ୍ପୂର୍ଣ୍ଣ ନିରବ ରହିଛି ।ଏ ସଂକ୍ରାନ୍ତରେ ଖବର ପାଇ ଘାଗରାମୁଣ୍ଡା ଫରେଷ୍ଟ ବିଟ ଫରେଷ୍ଟ ଗାର୍ଡ ପ୍ରଭଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ପ୍ରାଣୀ ଚିକିତ୍ସକଙ୍କୁ ଖବର ଦେଇ ଆହତ ହେଇଥିବା ଗାଈର ଚିକିତ୍ସା କରିଥିବା ସୂଚନା ମିଳିଛି।