ନୟାଗଡ଼ : ବାଣ ଭିଡୁଥିବା ବେଳେ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ

ନୟାଗଡ଼ (କେ ନ୍ୟୁଜ୍‌) : ନୟାଗଡ଼ ଗୋଡ଼ିପଡ଼ା ଖଡୁଆ ସାହିରେ ଅଘଟଣ । ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ଜୀବନ ଯାଇଛି । ମୃତକ ହେଉଛନ୍ତି ଅଖିଳ ସେଠୀ । ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଓଡ଼ଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଆଗକୁ ଗଣେଶ ପୂଜା ଥିବାରୁ ଏକ ଘରେ ବେଆଇନ ଭାବେ ବାଣ ଭିଡା ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ଶରଣକୁଳ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.