ରାଉରକେଲା ବ୍ରାହ୍ଣଣୀ ସେତୁରେ ଫାଟ, ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରୁଛି ପୋଲିସ୍

ରାଉରକେଲା: ବ୍ରିଜରେ ଫାଟ। ରାଉରକେଲା ବ୍ରାହ୍ଣଣୀ ସେତୁରେ ଫାଟ ସୃଷ୍ଟି ହୋଇଛି। ଫଳରେ ବ୍ରିଜ ଉପରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଟ୍ରାଫିକ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରୁଛି। ଏହି ବ୍ରିଜ ୧୪୩ ନମ୍ବର ଜାତୀୟ ରାଜପଥରେ ଥିବାରୁ NHAI କର୍ତ୍ତୁପକ୍ଷ ଶୀଘ୍ର ବ୍ରିଜର ମରାମତି କରିବା ପାଇଁ ଦାବି ହେଉଛି। ପୂର୍ବରୁ ଅନେକ ଥର ବ୍ରାହ୍ମଣୀ ବ୍ରିଜରେ ଫାଟ ଦେଖାଦେଇଛି। ହେଲେ ଏହାର ସ୍ଥାୟୀ ମରାମତି କରିବାରେ ଅବହେଳା କରୁଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.