ବଲାଙ୍ଗିର ଜାଲ ସାର୍ଟିଫିକେଟ ରାକେଟ: ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ଜଣଙ୍କୁ ୩ ଦିନିଆରେ ରିମାଣ୍ଡରେ ନେଇ ଜେରା କରିବ କ୍ରାଇମବ୍ରାଞ୍ଜ

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିରରେ କିପରି ଚାଲିଥିଲା ଜାଲ ସାର୍ଟିଫିକେଟ ରାକେଟ । ଏସବୁ ଘଟଣାକୁ ଗୋଟି ଗୋଟି କରି କହିବେ ଅଭିଯୁକ୍ତ । ବଲାଙ୍ଗିର ଜାଲ ସାର୍ଟିଫିକେଟ ରାକେଟର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଚାରି ଜଣଙ୍କୁ ଆଜି ଠାରୁ ରିମାଣ୍ଡରେ ଆଣୁଛି କ୍ରାଇମବ୍ରାଞ୍ଚ । ଚାରିଜଣ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିଲେ ବି ଗତକାଲି ମାନ୍ୟବର କୋର୍ଟ ତିନି ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି । ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର , ଆଲୋକ ଉଦ୍ଗାତା , ତ୍ରିବିହାରି ପଣ୍ଡା ଓ ପରେସ ବୁଡେକକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ ।

ତିନିଦିନ ଭିତରେ ଅନେକ ତଥ୍ୟ ଖୋଜିବ କ୍ରାଇମବ୍ରାଞ୍ଚ । ବଲାଙ୍ଗିରରେ ପାଞ୍ଚ ଦିନ ହେବ ଡେରା ପକାଇଛି କ୍ରାଇମବ୍ରାଞ୍ଚର ପାଞ୍ଚ ଜଣିଆ ଟିମ । କ୍ରାଇମବ୍ରାଞ୍ଚ DSP – D.S ଚକ୍ରଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ୫ ଜଣ ଅଧିକାରୀଙ୍କ ଚାଲିଛି ମାରାଥନ ଜେରା । ଵଲାଙ୍ଗିରରେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତକୁ ଜୋରଦାର କରିଛି । ଏହି ଘଟଣାରେ ପୂର୍ବରୁ ମୂଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍ଗାଥ ସମେତ ୧୯ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଵଲାଙ୍ଗିର ପୋଲିସ । ଆଜି ମୁଖ୍ୟ ଅଭିଯୁକ୍ତ ମନୋଜଙ୍କ ସମେତ ଚାରି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣଥିବାରୁ କେତେ ସତ ବାହାର କରିବ କ୍ରାଇମବ୍ରାଞ୍ଚ ଏହା ଉପରେ ସମସ୍ତଙ୍କ ନଜର ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.