ମହାକାଳପଡ଼ା : ମାଛ ଜାଲରେ ପଡ଼ିଲା ୩ ଫୁଟର କୁମ୍ଭୀର

ମହାକାଳପଡ଼ା(କେନ୍ୟୁଜ୍‌) : ମାଛ ଜାଲରେ ପଡିଲା ୩ ଫୁଟର କୁମ୍ଭୀର । ସ୍ଥାନୀୟ ଯୁବକଙ୍କ ଠାରୁ ଖବର ପାଇ ବନ ବିଭାଗ ଉଦ୍ଧାର କରିଛି । କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଅମେଇପାଳ ପଞ୍ଚାୟତ ସାମଯୋରୀ ନିକଟ ପାଇକା ନଦୀରୁ ଥଣ୍ଟିଆ କୁମ୍ଭୀରକୁ ଉଦ୍ଧାର କରାଯାଇଛି ।

ଗତକାଲି ରାତିରେ ଯୁବକମାନେ ନଦୀରୁ ମାଛ ଧରୁଥିବା ବେଳେ ଜାଲରେ ୩ ଫୁଟ ଲମ୍ବର ଏକ କୁମ୍ଭୀର ଛୁଆ ପଡିଥିଲା। ଏନେଇ ଜମ୍ବୁ ବନବିଭାଗକୁ ଖବର ଦେବା ପରେ କୁମ୍ଭୀରକୁ ଉଦ୍ଧାର କରାଯାଇଥିଲା। ନଦୀରୁ କୁମ୍ଭୀର ଛୁଆ ଉଦ୍ଧାର ହେବା ପରେ ସ୍ଥାନୀୟ ନଦୀକୂଳିଆ ଲୋକେ ଭୟଭୀତ ହୋଇ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.