Below header

ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀରଗଣନା ବିଳମ୍ବ, ଆସନ୍ତା ୫ରୁ ୧୪ ମଧ୍ୟରେ ହେବ ଗଣତି

ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀରଗଣନା ବିଳମ୍ବ ହୋଇଛି। ପ୍ରତିବର୍ଷ ଶେଷ ସପ୍ତାହ ଓ ଜାନୁଆରୀ ମାସ ପ୍ରଥମ ସପ୍ତାହରେ କୁମ୍ଭୀର ଗଣନା କରାଯାଏ। ମାତ୍ର ଚଳିତ ବର୍ଷ ଏଯାଏଁ ଗଣନା ହୋଇନାହିଁ। ଇକୋ ରିଟ୍ରିଟ୍‌ ଚାଲିଥିବାରୁ ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ଏଯାଏଁ ଗଣନା କରାଯାଇନାହିଁ। ଦୀର୍ଘ ୪୪ ବର୍ଷ ପରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି। ତୁରନ୍ତ କୁମ୍ଭୀର ଗଣନା କରିବାକୁ ପରିବେଶବିତ୍‌ ଦାବି କରିଛନ୍ତି। କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ କରାଯାଇଥାଏ।

ଜାନୁଆରୀ ୫ରୁ ୧୪ ମଧ୍ୟରେ କୁମ୍ଭୀର ଗଣନା ପାଇଁ ସ୍ଥିର ହୋଇଛି। ଏହି ସମୟରେ କୁମ୍ଭୀର ଗଣନା ହେଲେ ଗଣନାରେ ତାଳମେଳ ରହିବ କି ନାହିଁ ବୋଲି ମତ ପ୍ରକାଶ ପାଇଛି। ଏନେଇ ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାଶଙ୍କୁ ପଚାରିବାରୁ ଏହି ଘଟଣାକୁ ସ୍ୱୀକାର କରିବା ସହ କୁମ୍ଭୀର ଗଣନା ସମୟ ପରିବର୍ତ୍ତନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.