ମୁଣ୍ଡୁଳି ଦେଇ ପ୍ରବାହିତ ହେଉଛି ବନ୍ୟା ଜଳ, ଭରା ନଈରେ ଦେଖାଯାଉଛନ୍ତି ବହୁ ସଂଖ୍ୟାରେ କୁମ୍ଭୀର

କଟକ(କେନ୍ୟୁଜ୍): ମୁଣ୍ଡୁଳି ଦେଇ ପ୍ରବାହିତ ହେଉଛି ବନ୍ୟା ଜଳ। ଭରା ନଈରେ ଦେଖାଯାଇଛନ୍ତି ବହୁ ସଂଖ୍ୟାରେ କୁମ୍ଭୀର। ବନ୍ୟା ସ୍ରୋତରେ ଏମାନେ ଭାସି ଆସିଛନ୍ତି ଅନୁମାନ କରାଯାଉଛି। ଏତେ ସଂଖ୍ୟାରେ କୁମ୍ଭୀର ଦେଖାଯିବା ନେଇ ସେମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି ।