Below header

ଦୁନିଆରେ ପ୍ରଥମ ଏହି ସ୍ମାର୍ଟଫୋନ୍‌, କୌଣସି ଫୋନ କ୍ୟାମେରାରେ ନାହିଁ ଏମିତି ଖାସ୍‌ ଫିଚର

Oppo ଭାରତରେ ଫ୍ଲାଗସିପ ଓପୋ ରେନୋର ସକସେସର ସ୍ମାର୍ଟଫୋନ ଲଞ୍ଚ କରିବାର ତାରିଖ ଘୋଷଣା କରିଛନ୍ତି। ଚୀନ ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀ ଟ୍ଵିଟ କରି ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ଫୋନର ନାମ, ଲଞ୍ଚର ତାରିଖ,key ସ୍ପେଶିଫିକେସନ ଏବଂ ଫୋନର ଡିଜାଇନ ବିଷୟରେ ଜଣାଯାଇଛି। ଏହି ଫୋନର ନାମ Oppo Reno 2 ରଖାଯାଇଛି, ଯାହାକୁ ୨୮ ଅଗଷ୍ଟରେ ଭାରତରେ ଲଞ୍ଚ କରାଯିବ। ସେୟାର କରାଯାଇଥିବା ଫଟୋକୁ ଦେଖିବା ତେବେ ସେଥିରେ ‘Series’ ଶବ୍ଦର ବ୍ୟବହାର କରାଯାଇଛି। ଅର୍ଥାତ ଏହା ପରେ Reno Seriesର ଆହୁରି ମଧ୍ୟ ସ୍ମାର୍ଟଫୋନ ଲଞ୍ଚ କରାଯିବ।

oppoକମ୍ପାନୀ ଏହାପୂର୍ବରୁ ଓପୋ ରେନୋ ସିରିଜରେ ଓପୋ ରେନୋ ଏବଂ Oppo Reno 10x Zoom ଲଞ୍ଜ କରିଥିଲା। ଟ୍ଵିଟରେ ଲେଖାହୋଇଛି  ‘coming first to india’,  ଯାହାର ଅର୍ଥ ହେଉଛି ଏହି ସ୍ମାର୍ଟଫୋନକୁ ପ୍ରଥମେ ଭାରତରେ ଲଞ୍ଚ କରାଯାଉଛି। Oppo Reno 2ରେ ୨୦X ଜୁମ୍‌ ମିଳିବ। ଏହି ଫୋନ କ୍ୱାଡ୍‌ କ୍ୟାମେରା ସହିତ ଆସୁଛି। ଯାହାର ଅର୍ଥ ଏହି ସ୍ମାର୍ଟଫୋନର ବ୍ୟାକରେ ୪ଟି କ୍ୟାମେରା ରହିଛି। ଜଣାଇବାକୁ ଚାହିଁବୁ ଏହା ଦୁନିଆର ପ୍ରଥମ ଏମିତି ସ୍ମାର୍ଟଫୋନ ଯେଉଁଥିରେ ୪ଟି କ୍ୟାମେରା ସହିତ ୨୦X zoom ଭଳି ଫିଚର ରହିଛି।

ଏହାସହ ପଢନ୍ତୁ : Landline ନମ୍ବରରେ ଆକ୍ଟିଭେଟ କରନ୍ତୁ ହ୍ବାଟସଅପ୍, ଏଇଠି ରହିଛି ଉପାୟ

କୁହାଯାଉଛି ଓପୋ ରେନୋ ୨ କ୍ୱାଲକମ ସ୍ନାପଡ୍ରାଗନ ୭୧୦ ପ୍ରୋସେସର ଉପରେ କାମ କରିବ। ଏଥିରେ ୮ଜିବି ରାମ ଏବଂ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ଦିଆଯାଇଛି। ପାଓ୍ଵାର ପାଇଁ ଫୋନରେ 4065mAh ବ୍ୟାଟେରୀ ରହିଥିବାର ଆଶା କରାଯାଉଛି। ଫୋନରେ ୬.୪୩ ଇଞ୍ଚର ଡିସପ୍ଲେ ରହିଥିବାର କୁହାଯାଉଛି ଯାହାର ଆସପେକ୍ଟ ରେସିଓ ୨୦:୯ ଏବଂ ରିଜୋଲ୍ୟୁସନ ୨୪୦୦x୧୦୮୦ ପିକସେଲ ରହିବ।

ଓପୋ ଚଳିତ ବର୍ଷ ମେରେ ରେନୋ ସିରିଜର ଓପୋ ରେନୋ ଏବଂ ଓପୋ ରେନୋ ୧୦Xଜୁମ୍‌ ଲଞ୍ଜ କରିଥଲା। ଓପୋ ରେନୋ ୧୦Xଜୁମର ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ଭେରିୟଣ୍ଟର ଦାମ ୩୯,୯୯୦ ଟଙ୍କା ରହିଛି। ସେହିତଭଳି ୮ଜିବି ରାମ ଏବଂ ୨୫୬ ଜିବି ଷ୍ଟୋରେଜ ଭେରିୟଣ୍ଟର ଦାମ ୪୯,୯୯୦ ଟଙ୍କା ରହିଛି। ଓପୋ ରେନୋର ସିଙ୍ଗଲ ଭେରିୟଣ୍ଟକୁ ଲଞ୍ଚ କରାଯାଇଥିଲା ଯାହାର ଦାମ ୩୨,୯୯୦ ଟଙ୍କା। ଅନୁମାନ କରାଯାଉଛି ଯେ ୨୮ ଅଗଷ୍ଟରେ ଆସୁଥିବା ଫୋନର ଦାମ ୩୫-୪୦ ହଜାର ଭିତରେ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.