କ୍ରିସମାସ ପାଇଁ ଚଳଚଞ୍ଚଳ କନ୍ଧମାଳ: ଆଲୋକ ମାଳାରେ ଝଲସି ଉଠୁଛି ସହରର ଅନେକ ଚର୍ଚ୍ଚ

କନ୍ଧମାଳ (କେନ୍ୟୁଜ): ଶାନ୍ତି, ପ୍ରେମ, ମୈତ୍ରୀର ବାର୍ତ୍ତା ବହନ କରି ଆସିଛି ବଡ଼ଦିନ ପର୍ବ । ଯୀଶୁଙ୍କ ଧରାବତରଣ ପାଇଁ ଆଲୋକ ମାଳାରେ ଝଲସି ଉଠୁଛି କନ୍ଧମାଳର ସମସ୍ତ ଚର୍ଚ୍ଚ । ସବୁଠି ଦେଖିବାକୁ ମିଳୁଛି ଉତ୍ସବର ମାହୋଲ । ସାନ୍ତାକ୍ଲସ ବେଶରେ ବହୁ ଲୋକଙ୍କୁ ଦେଖିବାକୁ ମିଳିଥିଲା ।

ଏହି ଅବସରରେ ସମସ୍ତଙ୍କୁ ବଡ଼ ଦିନର କେକ୍ ସହିତ ବିଭିନ୍ନ ଗିଫ୍ଟ ସବୁ ଦିଆଯାଇଛି । ଚଳିତବର୍ଷ କୌଣସି କଟକଣା ନଥିବାରୁ ଧୂମଧାମରେ ବଡ଼ଦିନ ପାଳନ କରୁଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ବଡ଼ ଦିନ କିଭଳି ଶୃଙ୍ଖଳିତ ଭାବେ ପାଳନ କରାଯିବ ସେ ନେଇ ଜିଲ୍ଲାର ଚର୍ଚ୍ଚ ଗୁଡିକରେ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା କର୍ମୀ ମୁତୟନ କରାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.