୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ ପରେ ଭୁବନେଶ୍ୱର କିଟ୍‌ ପରିସରରେ ପହଞ୍ଚିଛି ବିଶ୍ୱକପ୍‌ ଟ୍ରଫି

ଭୁବନେଶ୍ୱର (କେନ୍ୟୁଜ): କିଟ୍‌ରେ ହକି ବିଶ୍ୱକପ୍‌ ଟ୍ରଫି । ୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ କରି ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ଟ୍ରଫି । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ପ୍ରମୁଖ ଟ୍ରଫିକୁ ସ୍ୱାଗତ କରିଥିଲେ । ପରେ ପରେ ଭୁବନେଶ୍ୱର ମହାନଗର ନିଗମକୁ ଟ୍ରଫି ହସ୍ତାନ୍ତର କରାଯାଇଥିଲା । ବିମାନବନ୍ଦର ନିକଟ ବିଜୁ ପଟ୍ଟନାୟକ ଛକରେ ଓଡ଼ିଶୀ ନୃତ୍ୟ, ଯୋଡ଼ି ଶଙ୍ଖ, ଢୋଲ, ବାଜା ବଜାଇ ଟ୍ରଫିକୁ ସ୍ୱାଗତ କରାଯାଇଥିଲା ।

BMC ମେୟର ସୁଲୋଚନା ଦାସ ଏବଂ କମିଶନର ଏହି ଟ୍ରଫିକୁ ଗ୍ରହଣ କରିଥିଲେ । ପରେ ବୁଲେଟ ଶୋଭାଯାତ୍ରାରେ ଟ୍ରଫିକୁ ଲିଙ୍ଗରାଜ ମନ୍ଦିର ନିଆଯାଇଥିଲା । ଏଠାରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ କର୍ପୋରେଟର ମାନେ ଉପସ୍ଥିତ ରହି ଦୀପ ଦାନ ସହ ଟ୍ରଫିକୁ ସ୍ୱାଗତ କରିଥିଲେ । ପୁରୀରୁ ଆସିଥିବା ୧୦୦ ଜଣ ବ୍ରାହ୍ମଣଙ୍କ ଦ୍ୱାରା ବୈଦିକ ଉଚ୍ଚାରଣ ସହ ଦୀପ ଜାଳି ଟ୍ରଫିକୁ ସ୍ୱାଗତ କରିଥିଲେ । ଏହାପରେ ଏସପ୍ଲାନେଡରେ ପହଞ୍ଚିବା ପରେ ସଙ୍ଗୀତ ଓ ବାଦ୍ୟ ଯନ୍ତ୍ର ମାଧ୍ୟମରେ ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.