ବାବାଙ୍କ ଇଚ୍ଛାକୁ ପୂରଣ କରୁଛନ୍ତି ସତ୍ୟ ସାଇ ସେବା ସଙ୍ଗଠନର ସଦସ୍ୟ, ଘରେ ଘରେ ପହଞ୍ଚାଉଛନ୍ତି ପାଦୂକା

ଶ୍ରୀ ସତ୍ୟ ସାଇ ବାବା। ୨୩ ନଭେମ୍ବର ୧୯୨୬ରେ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତିରେ ଜନ୍ମ ଗ୍ରହଣ କରିଥିଲେ। ସାରା ବିଶ୍ୱରେ ଅଛନ୍ତି ବାବାଙ୍କର ଅନେକ ଭକ୍ତ। ବାବା ସତ୍ୟସାଇ ୨୪ ଏପ୍ରିଲ ୨୦୧୧ରେ ଦେହତ୍ୟାଗ କରିଥିଲେ । ଇହ ଲୀଳା ଛାଡ଼ିବା ପରେ ମଧ୍ୟ ତାଙ୍କ ଅନୁପସ୍ଥିତିରେ ଘରେ ଘରେ ପହଞ୍ଚିଛି ସତ୍ୟ ସାଇ ବାବାଙ୍କ ଭବ୍ଯ ପାଦୁକା । ଗତ ଗୁରୁପୂର୍ଣ୍ଣିମାରେ ଆନ୍ଧ୍ରପ୍ରଦେଶର ପୂଟ୍ଟପର୍ତ୍ତୀରୁ ବାହାରିଥିବା ରଥ ବର୍ତ୍ତମାନ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳର ବିଭିନ୍ନ ଗାଁକୁ ଗ୍ରସ୍ତ କରିବା ସହିତ ସତ୍ୟ ସାଇ ବାବାଙ୍କ ବାର୍ତ୍ତା କୁ ପ୍ରଚାର ପ୍ରସାର କରୁଛି । ଅନେକ ଗାଁର ଗରିବ ଅସହାୟ ଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ସହିତ ସେମାନଙ୍କୁ ସାହାଯ୍ଯ କରୁଛନ୍ତି ଏହି ସଂସ୍ଥା।

ଏଥିପାଇଁ ଆନନ୍ଦପୁର ଉପଖଣ୍ଡ ଫକିରପୂର୍‌ ଗାଁରେ ଶତାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ବେଦ ମନ୍ତ୍ରରେ ଦିନ ତମାମ ପ୍ରକମ୍ପିତ ହୋଇଥଲା ଏହି ଅଞ୍ଚଳ। ସତ୍ୟ ସାଇ ବାବାଙ୍କ ପାଦୁକା ଧରି ଏକ ରଥ ଗାଁରେ ପହଞ୍ଚିଥିଲା।। ରଥ ସହିତ ଶତାଧିକ ଶ୍ରଦ୍ଧାଳୁଙ୍କ ମନ୍ତ୍ର ଧ୍‌ନି ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ଗାଁର ଅନେକ ଭକ୍ତ ପାଦୁକା ଦର୍ଶନ କରିଛନ୍ତି। ଆନନ୍ଦପୁର ସତ୍ୟ ସାଇ ସେବା ସଂଗଠନର ସଦସ୍ଯ ତଥା ଜିଲ୍ଲା ଓ ରାଜ୍ଯ ସଦସ୍ଯ ମାନେ ଏହି କାର୍ଯ୍ଯକ୍ରମ କୁ ପରିଚାଳନା କରିଛନ୍ତି।

ଫକିରପୁର ଗାଁରେ ପୁର୍ବରୁ ବାତ୍ୟା ପ୍ରଭାବ ରେ ୧୦୦ ରୁ ଅଧିକ ଘର ଭାଙ୍ଗି ଯାଇଥିବା ବେଳେ ସେଗୁଡିକୁ ନୂତନ ଭାବେ ର୍ନିମାଣ କରିଥିଲେ ସତ୍ୟ ସାଇ ସେବା ସଂଗଠନ ର ସଦସ୍ଯ ମାନେ। ଶ୍ରଦ୍ଧାଳୁ ଙ୍କ କହିବା ଅନୁଯାୟୀ ପୁର୍ବରୁ ସତ୍ୟ ସାଇ ବାବା ଙ୍କର ଇଚ୍ଛା ଥିଲା ଦେଶର ସମସ୍ତ ଘରେ ଘରେ ପହଞ୍ଚିବାକୁ। ତାଙ୍କ ଅନୁପସ୍ଥିତିରେ ଶ୍ରଦ୍ଧାଳୁ ଙ୍କ ଦ୍‌ାରା ଏହି ଇଚ୍ଛା କୁ ପୂରଣ କରା ଯାଇଛି। ଗାଁ ଗାଁ ରେ ଏହି ରଥ କୁ ଭବ୍ଯ ସ୍‌ାଗତ କରାଯିବା ସହିତ ସେବା ସମିତିରେ ରଖା ଯାଇ ପୂଜାର୍ଚ୍ଚନା କରି ସାଂସ୍କୁତିକ କାଯ୍ଯକ୍ରମ ଏବଂ ନାରାୟଣ ସେବା କାର୍ଯ୍ଯକ୍ରମ କରାଯାଇଛି ।

ବିଶ୍ୱାସ ରେ ଦୁନିଆ ତିଷ୍ଠିଛି। ଅନେକ ଲୋକ ସତ୍ୟ ସାଇଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖିଥିବା ବେଳେ ସେମାନଙ୍କ ସଂସ୍ଥା ଦ୍‌ାରା ଅନେକ ଗରିବ ଲୋକ ଉପକୃତ ହେଉଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.