ବସ ଭିତରେ ଅଭିନବ ଉପାୟରେ ଲୁଟ: ଯାତ୍ରୀଙ୍କ ଠାରୁ ଟଙ୍କା ଓ ଅଳଙ୍କାର ଚୋରି କରି ଶିଶୁଙ୍କ ହଗିସରେ ପୁରାଇ ଦେଲେ ମହିଳା

ସୋର (କେନ୍ୟୁଜ): ବସ ଭିତରେ ଅଭିନବ ଉପାୟରେ ଲୁଟ । ଶିଶୁଙ୍କ ହଗିସରୁ ମିଳିଲା ଲୁଟ ଅଳଙ୍କାର । ଦୁଇ ମହିଳା ସମେତ ତିନି ନାବାଳିକା ଥାନାରେ ଅଟକ। ଧାମରାରୁ ବାଲେଶ୍ୱର ଆସୁଥିବା ଏକ ଘରୋଇ ବସରେ ବାସୁଦେବ ପୁର ବ୍ଲକ ରାଧାବଲ୍ଲଭ ପୁର ଗ୍ରାମର ଅଞ୍ଜନା ମହାନ୍ତି ବନଞ୍ଜରା ବସରେ ଉଠିଥିଲେ।

ବସର ଭିଡ ଭିତରୁ ଫାଇଦା ନେଇ ଅଞ୍ଜନା ମହାନ୍ତିଙ୍କର ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଅନ୍ଯ ଦୁଇ ବସ ଯାତ୍ରୀଙ୍କ ଠାରୁ 90 ହଜାର ଟଙ୍କା ଲୁଟ କରିଥିଲେ । ଅଞ୍ଜନା ସୋର ନିକଟରେ ତାଙ୍କ ବ୍ୟାଗ ଖୋଜାଖୋଜି କରିବାରୁ ଗହଣା ଚୋରି ହୋଇଥିବା ଜାଣି ପାରିଥିଲେ । ବସରେ ସନ୍ଦେହ କରିଥିବା ସେହି ଦୁଇ ମହିଳା ଓ ଦୁଇ ଶିଶୁଙ୍କୁ ସୋର ପୋଲିସ ଜିମା ଦେଇଥିଲେ । ପୋଲିସ ମହିଳା ଓ ଶିଶୁ ଠାରେ ଖୋଜାଖୋଜି ପରେ ଦୁଇ ଶିଶୁ ପିନ୍ଧିଥିବା ହଗିସରୁ ଚୋରି ଅଳଙ୍କାର ବାହାରିବା ସହିତ ଦୁଇ ମହିଳାଙ୍କ ନିକଟରୁ ୪ ହଜାର ଟଙ୍କା ମିଳିଥିଲା । ପୋଲିସ ଏମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.