କରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍, ୬ ଲକ୍ଷ ୪ ହଜାର ୮୧୮ରେ ପହଞ୍ଚିଲା ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ):  କରୋନା ସଂକ୍ରମଣରେ ଲାଗୁନି ବ୍ରେକ। ବିଶ୍ବରରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବଢିଚାଲିଛି।ବର୍ତ୍ତମାନ ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୬ ଲକ୍ଷ ପାର କଲାଣି । ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୪ ହଜାର ୮୧୮ରେ ପହଞ୍ଚିଛି । ଆମେରିକାରେ ସର୍ବାଧିକ ୧ ଲକ୍ଷ ୪୨ ହଜାର ୮୭୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୮୩ ହଜାରରୁ ଅଧିକ ହେଲାଣି । ଭାରତରେ କରୋନାରେ ୨୬ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ବିଶ୍ୱରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୪ ଲକ୍ଷ ଉପରେ ରହିଛି । ୮୬ ଲକ୍ଷରୁ ଅଧିକ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.