କରୋନା ପଜିଟିଭି ବାହାରିବା ପରେ ରାଜସ୍ୱ ପର୍ଷଦ ମୁଖ୍ୟ ଶାଖା ସମେତ ୩ଟି ଶାଖା କାର୍ଯ୍ୟାଳୟ ୩ ଦିନ ପାଇଁ ବନ୍ଦ

କଟକ (କେନ୍ୟୁଜ): ରାଜସ୍ୱ ପର୍ଷଦରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ପଜିଟିଭି ଚିହ୍ନଟ ହେବା ପରେ ୩ଦିନ ପାଇଁ ବନ୍ଦ ହେଲା କାର୍ଯ୍ୟାଳୟ। ରାଜସ୍ୱ ପର୍ଷଦ ସଚିବଙ୍କ ନିର୍ଦ୍ଦେଶନୁଯାୟୀ ଆଗାମୀ ତିନି ଦିନ ଅର୍ଥାତ ଅଗଷ୍ଟ ୨୪ ,୨୫ ଓ ୨୬ ତାରିଖରେ ରାଜସ୍ୱ ପର୍ଷଦକୁ ବନ୍ଦ ରଖାଯାଇଛି ।

ଅନ୍ୟପକ୍ଷରେ ରାଜସ୍ୱ ପର୍ଷଦ ଅଧିନସ୍ଥ ବନ୍ଦୋବସ୍ତ ଓ ଚକବନ୍ଦୀ ନିର୍ଦ୍ଦେଶାଳୟରେ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ପୁରୀ ଜିଲ୍ଲାର ଜନୈକ ସହକାରୀ ଉପଜିଲ୍ଲାପାଳ ସେହି ବୈଠକରେ ଯୋଗ ଦେଇଥିଲେ ଓ ୨୩ ତାରିଖରେ ତାଙ୍କର କରୋନା ପଜିଟିଭ ହୋଇଥିବାର ସୂଚନା ମିଳିଥିଲା । ଏହି ବୈଠକରେ ନିର୍ଦ୍ଦେଶକଙ୍କ ସମେତ ନିର୍ଦ୍ଦେଶାଳୟର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ଏଣୁ ସୁରକ୍ଷା ଦୃଷ୍ଟିରୁ ବନ୍ଦୋବସ୍ତ ଓ ଚକବନ୍ଦୀ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ୨୪ ତାରିଖରୁ ଆସନ୍ତା ତିନି ଦିନ ପାଇଁ ବନ୍ଦ ରଖାଯାଇଛି । ଏହି ଛୁଟି ସମୟ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ଅଫିସ୍ ନ ଆସି ଘରେ ରହି କାର୍ଯ୍ୟ କରିବାକୁ କୁହାଯାଇଛି ଓ ଆବଶ୍ୟକ ହେଲେ ଟେଲିଫୋନରେ ଉପଲବ୍ଧ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ କଟକ ମହାନଗର ନିଗମ ପକ୍ଷରୁ ସମଗ୍ର ରାଜସ୍ୱ ପର୍ଷଦ କାର୍ଯ୍ୟାଳୟ ଓ ଏହାର ପରିସରକୁ ଆଜି ପୂର୍ବାହ୍ନରେ ସାନିଟାଇଜ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.