କଟକ: ଆଜି କଟକ ସହରରୁ ୧୪୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୨୫
କୁ ବୃଦ୍ଧି ପାଇଛି । ଆଜି ସକାଳେ କଟକ ଜିଲ୍ଲାର ୧୬୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣା ଯାଇଥିବା ବେଳେ ସେମଧ୍ୟରୁ ୧୪୩
ଜଣ କଟକ ସହରର ଅଛନ୍ତି । ଏଯାବତ ଆକ୍ରାନ୍ତଙ୍କ ମଧ୍ୟରୁ ୬୫୪ ଟି ଆକ୍ଟିଭ କେଶ ରହିଥିବା ବେଳେ ୬୬୧ ଜଣ ଆରୋଗ୍ୟ ଲାଭ କରି ଫେରିଛନ୍ତି । ଯେବେକି ସହରର ୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଥିବା ଜଣାଯାଇଛି ।
#COVID19 update in Cuttack city (CMC area)
Out of the 166 new COVID-19 +ve cases reported today in #Cuttack district, 143 +ve cases belong to Cuttack city (CMC area).
Another 69 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/opIPgsGAxL
— CMC,Cuttack (@CMCCuttack) August 5, 2020
ଆଜିର ନୂଆ ଚିହ୍ନଟଙ୍କ ମଧ୍ୟରୁ ୧୧୨ ଜଣ କଣ୍ଟେନମେଣ୍ଟ ଜୋନ୍ରୁ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ସ୍ଥାନୀୟ ବାସିନ୍ଦାଙ୍କ ରିପୋର୍ଟ ପଜିଟିଭ ଆସିଛି । ଯେବେକି ୧୨ଜଣ ହୋମ କ୍ଵାରେଣ୍ଟାଇନରୁ ଓ ୧୨ ଜଣ ସଙ୍ଗରୋଧ କେନ୍ଦ୍ରର ଅଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ, ଆଜି ରାଜ୍ୟରୁ ୧୨୫୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୨୫୦୦୦ ପାର କରିଛି ।