ସୁନ୍ଦରୀ ଐଶ୍ଵରିୟା ସ୍ବରେଇନ ୨୦୧୬ରେ ହୋଇଥିଲେ ମିସ ଇଣ୍ଡିଆ ଫାଇନାଲିଷ୍ଟ, ୨୦୨୦ରେ ୯୩ ର‍୍ୟାଙ୍କ ରଖି କ୍ଲିୟର କଲେ ଆଇଏଏସ

ପ୍ରଶାସନ ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଯେ କେବଳ ମାତ୍ର ମୁଷ୍ଟିମେୟଙ୍କ ହାତରେ ସୀମିତ ତାହା ନୁହେଁ । ଯଦି ମନରେ ଦୃଢ ଇଚ୍ଛା ଶକ୍ତି ଓ କାର୍ଯ୍ୟରେ ନିଷ୍ଠା ଥାଏ ତେବେ ଯେ କେହି ବି ଏଥିରେ ସଫଳତା ହାସଲ କରିପାରିବେ । ଏହାର ସତ୍ୟାସତ୍ୟ ଆପଣ ଏହି କାହାଣୀ ପଢି ଜାଣି ପାରିବେ । ୟୁନିୟନ ପବ୍ଲିକ ସର୍ଭିସ କମିଶନ ବା ୟୁପିଏସ୍ସି ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଫଳ ନିକଟରେ ହିଁ ପ୍ରକାଶ ପାଇଛି । ଚଳିତ ଥର ଦେଶର ୮୨୯ ଜଣ କୃତ୍ତି ପ୍ରାର୍ଥୀ ବାଜିମାତ କରିଛନ୍ତି । ଦେଶର ଭବିଷ୍ୟତ ବୋଲାଉଥିବା କୃତ୍ତି ଛାତ୍ରଛାତ୍ରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏମଧ୍ୟରୁ ଜଣଙ୍କ ନାଁ ଦେଶରେ ଏକ ପ୍ରକାର ଚହଳ ସୃଷ୍ଟି କରିଛି । ଏହି ନାଁ ଟି ହେଉଛି ଐଶ୍ୱରୀୟା ଶ୍ୱରାଣ । ଐଶ୍ୱରୀୟା ୨୦୧୯
ମସିହା ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୯୩ ସ୍ଥାନ ହାସଲ କରିଛନ୍ତି ।

aishwariya shorein

ତାଙ୍କ ନାଁକୁ ଚର୍ଚ୍ଚା ଜୋର ଧରିବା ପଛର ମୂଳ କାରଣ ହେଉଛି ତାଙ୍କ ମଡେଲିଂ କ୍ୟାରିୟର । ସେ ଜଣେ ଏଣୁ ତେଣୁ ମଡେଲ ନୁହନ୍ତି ଫେମିନା ମିସ ଇଣ୍ଡିଆ ୨୦୧୬ ଫାଇନାଲିଷ୍ଟ ତାଲିକାରେ ସ୍ଥାନ ପାଇଛନ୍ତି । ସାଧାରଣତଃ ସିଭିଲ ସର୍ଭିସ କ୍ଲିୟର କରିବାକୁ ଲୋକଙ୍କୁ ବର୍ଷ ବର୍ଷ ସମୟ ଲାଗିଯାଏ । କିନ୍ତୁ ଐଶ୍ୱରୀୟା ନିଜ ପ୍ରଥମ ଚାନ୍ସରେ ଏପରି ଜଟିଳ ପରୀକ୍ଷାରେ ସଫଳତା ହାସଲ କରି ପାରିଛନ୍ତି । ଏହାର ସୂଚନା ପ୍ରଥମେ ଫେମିନା ମିସ ଇଂଡିୟାର ଇଂସ୍ଟଆଗ୍ରାମ ପେଜରେ ଦିଆଯାଇଥିଲା । ଏହି ପେଜରେ ଐଶ୍ୱରୀୟାଙ୍କ ଏକ ଫଟୋ ପୋଷ୍ଟ କରାଯିବା ସହ କ୍ୟାପ୍ସନରେ ଲେଖାଯାଇଛି, “ଫେମିନା ମିସ ଇଂଡିୟା ୨୦୧୬ ର ଫାଇନାଲିଷ୍ଟ, କ୍ୟାପ୍ସନ ପ୍ରିନସେସ ଦିଲ୍ଲୀ ୨୦୧୬, ଫେସଫେସ ଦିଲ୍ଲୀ ବିଜେତା ଐଶ୍ୱରୀୟା ସ୍ବରାଣ ସିଭିଲ ସର୍ଭିସ ପରୀକ୍ଷାରେ ୯୩ସ୍ଥାନ ହାସଲ କରି ଆମକୁ ଗୌରବାନ୍ୱିତ କରିଛି ।

ତାଙ୍କର ଏହି ଉପଲବ୍ଧିରେ ତାଙ୍କୁ ଅଶେଷ ଅଶେଷ ଶୁଭେଛା ।” ୨୦୧୭ ରେ ଅନୁଷ୍ଠିତ ହୋଇଥିବା ଲାଖମୀ ଫେଶନ ସପ୍ତାହର ସମର ରିଜୋର୍ଟରେ ପାଞ୍ଚ ଜଣ ନୂଆ ଚେହରାଙ୍କ ମଧ୍ୟରେ ଐଶ୍ୱରୀୟା ଜଣେ ଥିଲେ । ଖାଲି ସେତିକି ନୁହେଁ ଐଶ୍ୱରୀୟା ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମଧ୍ୟ ଜିତିଛନ୍ତି । ଏକ ମିଡିୟା ରିପୋର୍ଟ ଅନୁଯାୟୀ, ସେ ନୂଆଦିଲ୍ଲୀ ସ୍ଥିତ ସଂସ୍କୃତି ବିଦ୍ୟାଳୟରୁ ଇଣ୍ଟରମିଡିଏଟ କୋର୍ସ ପୁରା କରିଥିଲେ । ଏହି ପରୀକ୍ଷାରେ ସେ ୯୭.୫ ପ୍ରତିଶତ ଅଙ୍କ ହାସଲ କରିଥିଲେ । ପରେ ସେ ଶ୍ରୀରାମ କଲେଜ ଅଫ ଇକୋନୋମିକସରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ । ଏହା ପରେ ୨୦୧୪ ରେ ନିଜ ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ପିତା ଅଜୟ କୁମାର ତେଲେଙ୍ଗାନା ଏନ୍ସିସି ବାଟାଲିୟନରେ ଜଣେ କାମାଣ୍ଡିଙ୍ଗ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.