Below header

କଟକରେ ଷ୍ଟୋନମ୍ୟାନ ଆତଙ୍କ, ସିସିଟିଭି ଫୁଟେଜ୍‌ ଦେଖି ପୋଲିସ୍‌ କରୁଛି ତନାଘନା

କଟକ(କେନ୍ୟୁଜ୍): କଟକରେ ଷ୍ଟୋନମ୍ୟାନ ଆତଙ୍କରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିସନର ସତ୍ୟଜିତ ମହାନ୍ତି। ଅଭିଯୁକ୍ତକୁ ଧରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୋଟିଏ ସିସିଟିଭିର ଫୁଟେଜ ମିଳି ପାରିଛି। ତାହା କାର୍ଡିଓଲୋଜି ବିଭାଗ ସାମନାର ବୋଲି କୁହାଯାଇଛି। ଅନ୍ୟ ଦୁଇଟି ଆକ୍ରମଣ ଘଟଣାରେ ଘଟଣାସ୍ଥଳରେ କୌଣସି ସିସିଟିଭି ନଥିବାରୁ ତଦନ୍ତ ପାଇଁ ସାଧାରଣ ଲୋକଙ୍କୁ ପଚାରି ତଥ୍ୟ ସଂଗ୍ରହ କରାଯାଉଛି।

ଫୁଟପାଥରେ ରାତ୍ରିଯାପନ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଉଛି। କେତେକ ସ୍ଥଳେ ରାତ୍ରି ଆଶ୍ରୟସ୍ଥଳରେ ପୋଲିସ ମୁତୟନ କରାଯାଉଛି। ଅଭିଯୁକ୍ତକୁ ଖୁବଶୀଘ୍ର ଧରିବା ପାଇଁ ସ୍ପେଶାଲ ଟିମ ଗଠନ କରାଯାଇଛି। ସେହିପରି ସନ୍ଦିଗ୍ଧ ଅଭିଯୁକ୍ତର ଭାଇରାଲ ଫଟୋ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଭାଇରାଲ ହେଉଥିବା ଫଟୋ ସହ ଘଟଣା ସଂପର୍କରେ କୌଣସି ପ୍ରାସଙ୍ଗିକତା ନଥିବା ସେ କହିଛନ୍ତି। ଭୁବନେଶ୍ୱରେ ହେଉଥିବା ଯାଞ୍ଚକୁ ସ୍ୱାଭାବିକ ଯାଞ୍ଚ ପ୍ରକ୍ରିୟା। ଅପରାଧ ନିୟନ୍ତ୍ରଣ ପାଇଁ ଏହାକୁ କରାଯାଉଥିବା ସେ ସ୍ପଷ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.