କର୍ଣ୍ଣାଟକ ରାଜନୀତିରେ ନୂଆ ମୋଡ଼, ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୟେଦିୟୁରପ୍ପା

କର୍ଣ୍ଣାଟକ(କେନ୍ୟୁଜ୍): କର୍ଣ୍ଣାଟକ ରାଜନୀତିରେ ନୂଆ ମୋଡ଼। ସରକାର ଗଠନ କରିବ ବିଜେପି। ଆଜି ସଂଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ ବିଏସ ୟେଦିୟୁରପ୍ପା। ଏନେଇ ରାଜ୍ୟପାଳ ବଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ସରକାର ଗଠନ ନେଇ ନିମନ୍ତ୍ରଣ ଜଣାଇଛନ୍ତି ରାଜ୍ୟପାଳ। ପରେ ଶପଥ କଥା ସ୍ପଷ୍ଟ କରିଛନ୍ତି ୟେଦିୟୁରପ୍ପା। ଗତକାଲି କର୍ଣ୍ଣାଟକ ବିଧାନସଭା ବାଚସ୍ପତି ୨ଜଣ କଂଗ୍ରେସ ବିଧାୟକ ଓ ଜଣେ ସ୍ୱାଧୀନ ବିଧାୟକଙ୍କୁ ଦଳ ବଦଳ ଆଇନ ଦ୍ୱାରା ଅଯୋଗ୍ୟ ଘୋଷିତ କରିଥଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.