ସାଇବର କ୍ରିମିନାଲଙ୍କ ଟାର୍ଗେଟରେ ଉଚ୍ଚ ପଦସ୍ଥ ଅଧିକାରୀ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନାଁରେ ଜାଲ୍ ଫେସବୁକ୍ ଆକାଉଣ୍ଟ ଖୋଲି ମାଗୁଛନ୍ତି ଟଙ୍କା
କଟକ(କେ ନ୍ୟୁଜ); କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ ସାମଲଙ୍କ ନାଁରେ ଜାଲ୍ ଫେସବୁକ୍ ଆକାଉଣ୍ଟ । ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ବିଭିନ୍ନ ଲୋକଙ୍କୁ ଟଙ୍କା ମାଗୁଛି ହ୍ୟାଣ୍ଡଲର୍ । ଦୁଇ ଦିନ ତଳେ ଏଭଳି ଏକ ଘଟଣା ଘଟିଛି । କେହି ଏଭଳି ଆକାଉଣ୍ଟ ଖୋଲି ଟଙ୍କା ମାଗୁଥିବାର ଅଭିଯୋଗ ଆସିଛି ।
ଏ ସମ୍ପର୍କରେ ସାଇବର କ୍ରାଇମ ଥାନାକୁ ଅବଗତ କରିଥିବା ଆରଡିସି ଅନୀଲ ସାମଲ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ନିଜ ଟ୍ଵିଟରରେ ଜନସାଧାରଣଙ୍କୁ ସତର୍କ ମଧ୍ୟ କରିଛନ୍ତି ଆରଡିସି ।