Below header

ଡାକ୍ତରଙ୍କୁ ଚୁନ ଲଗାଇଲେ ସାଇବର ଠକ, ନକଲି ଏଟିଏମ ବ୍ୟବହାର କରି ଲୁଟିନେଲେ ୧୦ ଲକ୍ଷ ଟଙ୍କା

କେନ୍ଦ୍ରାପଡା କେନ୍ୟୁଜ : ଡାକ୍ତରଙ୍କୁ ଚୁନ ମାରିଲେ ସାଇବର ଠକ। ଭେଟନାରୀ ଡାକ୍ତରଙ୍କ ଠାରୁ ନକଲି ଏଟିଏମ ମାଧ୍ୟମରେ ୧୦ ଲକ୍ଷ ଲୁଟିନେଲେ ଲୁଟେରା ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ୧୩୨ ଥର ଟଙ୍କା ଉଠା ଯାଇଛି। ସାଇବର ଠକ ଓଟିପି ମାଗିଲେ ନାହିଁ। କିନ୍ତୁ ୯ ଲକ୍ଷ ୬୬ ହଜାର ଟଙ୍କା ନେଇଗଲେ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।

ଏହି ଘଟଣା ଘଟିଛି କେନ୍ଦ୍ରାପଡା ଡେରାବିଷ ବ୍ଲକ ଭେଟନାରୀ ଡାକ୍ତର ଜିତାଶୁ ଶେଖର ମହାନ୍ତିଙ୍କ ସହ। ତାଙ୍କ ଆକାଉଣ୍ଟରୁ ଗତ ଡିସେମ୍ବର ମାସରୁ ସାଇବର ଠକ ୧୩୨ ଥର ନକଲି ଏଟିମ ଜରିଆରେ ଟଙ୍କା ଉଠାଇ ନେଇଛି ଏହା ଜାଣିବା ପରେ ପ୍ରଥମେ କଟକ ସାଇବର ସେଲରେ ଅଭିଯୋଗ କରିଥିଲେ। କିନ୍ତୁ ୧୦ ଲକ୍ଷରୁ କମ ହୋଇଥିବାରୁ ସେମାନେ କେନ୍ଦ୍ରାପଡାରେ ଅଭିଯୋଗ କରିବାକୁ କହିଥିଲେ। ଏଣୁ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ତେବେ ସୂଚନା ଅନୁଯାୟୀ ଜିତାଶୁ ଶେଖର ମହାନ୍ତି ଓ ତାଙ୍କ ପତ୍ନୀ ସଙ୍ଗୀତ ମହାନ୍ତିଙ୍କ ନାମରେ ଆକାଉଣ୍ଟ ଥିଲା। ଘର କରିବା ପାଇଁ ୨୦ ଲକ୍ଷ ଟଙ୍କା ଲୋନ କରିଥିଲେ। ଯାହାକୁ ଏବେ ସାଇବର ଲୁଟେରା ନେଇଯିବା ପରେ ହତାଶ ହୋଇପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.