ଚଳିତବର୍ଷ ଏକଲବ୍ୟ ପୁରସ୍କାର ପାଇଲେ ସାଇକେଲ ଚାଳିକା ଶ୍ୱାସ୍ତୀ ସିଂ

ଭୁବନେଶ୍ବର(କେନ୍ୟୁଜ୍): ଇମ୍ଫା ପକ୍ଷରୁ ଗତକାଲି ୩୦ ତମ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ଚଳିତବର୍ଷ ଏକଲବ୍ୟ ପୁରସ୍କାର ପାଇଛନ୍ତି ସାଇକେଲ ଚାଳିକା ଶ୍ୱାସ୍ତୀ ସିଂ । ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ଜାତୀୟ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ ତାଙ୍କର କ୍ରୀଡା ପ୍ରଦର୍ଶନ ପାଇଁ ତାଙ୍କୁ ଏହି ଏକଲବ୍ୟ ପୁରସ୍କାର ସହ ପାଞ୍ଚଲକ୍ଷ ଟଙ୍କା ର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହାସହ ଫୁଟବଲ ଖେଳାଳି ପ୍ୟାରୀ ଖାଖା ଓ ହକି ଖେଳାଳୀ ଶିଳାନନ୍ଦ ଲାକ୍ରାଙ୍କୁ ମଧ୍ୟ ପୁରସ୍କୃତ କରାଯିବା ସହ ପଚାଶ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ବିଲିୟାର୍ଡ ଖେଳାଳି ପଦ୍ମଭୂଷଣ ପଙ୍କଜ ଆଡଭାନୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏସିଆନ ଗେମ୍ସ ବିଜେତା ପ୍ରଣତି ମିଶ୍ର ଯୋଗଦେଇଥିଲେ ।

ଇଣ୍ଡିଆୟାନ ମେଟାଲସ୍ ପବ୍ଲିକ ଚେୟରଟେବୁଲ ଟ୍ରଷ୍ଟ ବା ଇମ୍ଫାକ୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମ ୧୯୯୩ ମସିହାରୁ ଖେଳ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଖେଳାଳି ମାନଙ୍କୁ ସମ୍ମାନୀତ କରୁଛି । ପ୍ରତିବର୍ଷ ଜଣେ କ୍ରୀଡାବିତ ଙ୍କୁ ଏହି ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଉଛି । ଏହା ଓଡ଼ିଶାର ଖେଳାଳି ମାନଙ୍କୁ ଅଧିକ ପ୍ରୋତ୍ସାହନ କରିବ ବୋଲି କହିଛନ୍ତି ଏକଲବ୍ୟ ପୁରସ୍କାର ବିଜେତା ଶ୍ୱାସ୍ତୀ ସିଂ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.