ରାୟଗଡ଼ା: ମଦ ପିଇ ମରିଗଲେ ଋଷିଆ ପର୍ଯ୍ୟଟକ, ଦୁଇ ଦିନ ପରେ ମାନସିକ ଭାରାସାମ୍ୟ ହରାଇ ଛାତରୁ ଡେଇଁ ଆତ୍ମହତ୍ୟା କଲେ ସାଥୀ

ରାୟଗଡ଼ା(କେନ୍ୟୁଜ୍):  ରାୟଗଡା ସଗରରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଋଷିଆର ଆଉ ଜଣେ ବିଦେଶି ନାଗରିକଙ୍କ ମୃତ୍ୟୁ ହୋଇଛି । ସେ ଆଜି ରାୟଗଡା ସହରରେ ରହୁଥିବା ସାଇ ଇଣ୍ଟରନ୍ୟାସନାଲ ହୋଟେଲର ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସେ ହେଉଛନ୍ତି ପାବେଲ ଆନ୍ନଥମ। ତାଙ୍କ ବୟସ ୬୫ ବର୍ଷ । ଗତ ୨୨ ତାରିଖ ଦିନ ତାଙ୍କ ବନ୍ଧୁ ବ୍ଳାଦମିର ବିଦୋନଭ୍ ଅତ୍ୟନ୍ତ ମଦ୍ୟପାନ କରି ସାଇ ଇଣ୍ଟରନ୍ୟାସନାଲ ହୋଟେଲ ପରିସରରେ ହିଁ ମୃତ୍ୟୁବରଣ କରିଥିଲେ । ତାପରେ ପାବେଲ ଆନ୍ନଥମ ତାଙ୍କ ମୃତ୍ୟୁକୁ ସହଜରେ ହଜମ କରିପାରିନଥିଲେ । ସେ ମାନସିକ ଭାରସାମ୍ୟ ହାରାଇ ସାଇ ଇଣ୍ଟରନ୍ୟାସନାଲ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ରାୟଗଡା ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗତ ୨୨ ତାରିଖରେ ମୃତ୍ୟୁବରଣ କରିଥିବା ବ୍ଳାଦମିର ବିଦୋନଭଙ୍କ ଆଜି ଅନ୍ତିମ ସଂସ୍କାର ହୋଇଥିଲା । ଏହାକୁ ମିଶାଇ ରାୟଗଡାରେ ଋଷିୟ ବିଦେଶୀ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ୨୦୦୬ ମସିହାରେ ସୁନାବେଡା ମିଗ କାରଖାନାରେ ରହୁଥିବା ଜଣେ ଋଷିୟ ବୈଜ୍ଞାନିକ ବସ ଦୁର୍ଗଟଣା ଯୋଗୁଁ ମୃତ୍ୟୁବରଣ କରିଥିଲେ ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.