ବାତ୍ୟା ଆଶ୍ରୟସ୍ଥଳୀରେ ଝୁଲୁଛି ତାଲା, ଗୃହପାଳିତ ପଶୁଙ୍କ ସହ ସ୍କୁଲ ଘରେ ପଡି ରହିଛନ୍ତି ଲୋକେ

ଯାଜପୁର (କେନ୍ୟୁଜ) : ସାମୁଦ୍ରିକ ଝଡ଼ ବାତ୍ୟା ଅମ୍ଫନର ପ୍ରଭାବ ଯାଜପୁରରେ ଦେଖିବାକୁ ମିଳିଛି। ଗତକାଲି ଠାରୁ ବର୍ଷା ଲାଗି ରହିବା ସହ ତୁହାକୁ ତୁହା ପବନ ବୋହୁଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ନିର୍ଦେଶ ରହିଛି। କଚ୍ଚା ଘର ଭିତରେ ନରହି ପକା ଘର ଭିତରକୁ ଚାଲି ଆସିବାକୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ମଧ୍ୟ ପ୍ରଚାର କରାଯାଇଛି।

 

ତେବେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଣ୍ଟିଗଡ଼ିଆ ଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଫଳରେ ଏହି ପଂଚାୟତର ଦଳିତ ସାହିରେ ବାସ କରୁଥିବା କିଛି ପରିବାର ଗତକାଲିଠାରୁ ନିକଟସ୍ଥ ସ୍କୁଲ ଘରେ ଗୃହପାଳିତ ପଶୁଙ୍କ ସହ ପଡି ରହିଛନ୍ତି। ଏଯାବତ ସେମାନଙ୍କ ନିକଟରେ କେହି ଅଧିକାରୀ ପହଂଚିନଥିବା ଅଭିଯୋଗ କରିଛନ୍ତି। ପଂଚାୟତର ଆଶ୍ରୟସ୍ଥଳୀ ଥାଇ ମଧ୍ୟ ବାତ୍ୟା ଭୟରେ ଆଖିଆ ଅପିଆ ପଡି ରହିବା ନେଇ ବ୍ଲକ ପ୍ରଶାସନର ବାତ୍ୟା ମୁକାବିଲାକୁ ନେଇ ଏଠାରେ ପ୍ରଶ୍ନ ଉଠିଛି। ଏନେଇ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.