ଆଜି ମନୋନୀତ ହେବେ ଶ୍ରୀମନ୍ଦିର ଦଇତାପତି ନିଯୋଗର ସଭାପତି ଓ ସମ୍ପାଦକ

ପୁରୀ(କେନ୍ୟୁଜ୍): ଆଜି ମନୋନୀତ ହେବେ ଶ୍ରୀମନ୍ଦିର ଦଇତାପତି ନିଯୋଗର ସଭାପତି ଓ ସମ୍ପାଦକ । ଗତକାଲି ନିର୍ବାଚିତ ହୋଇଥିଲେ ଦଇତାପତି ନିଯୋଗର ୧୫ ଜଣିଆ କାର‌୍ୟ୍ୟକାରୀ କମିଟି ସଭ୍ୟ । ନିର୍ବାଚନରେ ମତଦାନ ପାଇଁ ଯୋଗ୍ୟତା ପାଇଥିବା ୧୨୦ ଜଣ ଦଇତାପତିଙ୍କ ମଧ୍ୟରୁ ୧୦୫ ଜଣ ମତଦାନ କରିଥିଲେ । ସୂଚନା ମୁତାବକ ଦୁର୍ଗା ପ୍ରସାଦ ଦାସମହାପାତ୍ର, ଗଣପତି ଦାସମହାପାତ୍ର, ସୂର‌୍ୟ୍ୟନାରାୟଣ ସ୍ୱାଇଁ ମହାପାତ୍ର, ଗଣେଶ ଦାସ ମହାପାତ୍ର, ରବୀନ୍ଦ୍ର ଦାସମହାପାତ୍ର, ରଘୁନାଥ ଦାସମହାପାତ୍ର, ଶ୍ୟାମା ପ୍ରସାଦ ଦାସମହାପାତ୍ର, ଦେବୀ ପ୍ରସାଦ ଦାସମହାପାତ୍ର, ରାମକୃଷ୍ଣ ଦାସମହାପାତ୍ର, ଅମିତ ଦାସମହାପାତ୍ର, କୀର୍ତ୍ତି ପ୍ରକାଶ ଦାସମହାପାତ୍ର, ଜୀତେନ୍ଦ୍ର ଦାସମହାପାତ୍ର, ସଞ୍ଜୟ ଦାସମହାପାତ୍ର ପ୍ରମୁଖ ଦଇତାପତି ନିଯୋଗ କାର‌୍ୟ୍ୟକାରୀ କମିଟି ସଭ୍ୟଭାବେ ନିର୍ବାଚିତ ହୋଇଛନ୍ତି । ଏହି ସଭ୍ୟମାନେ ଆଜି ଏକାଠି ହୋଇ ସହମତିରେ ସଭାପତି, ସମ୍ପାଦକ ପଦ ସହ ଅନ୍ୟ ପଦବୀ ପାଇଁ ଯୋଗ୍ୟ ବ୍ୟକ୍ତି ବାଛିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.