ରାଜ୍ୟରେ ଫନି କ୍ଷୟକ୍ଷତି ପ୍ରାୟ ୧୨ ହଜାର କୋଟି, କେନ୍ଦ୍ରୀୟ ଦଳକୁ ପ୍ରାଥମିକ ଆକଳନ ରିପୋର୍ଟ ଦେବ ରାଜ୍ୟ

କେନ୍ୟୁଜ୍: ବାତ୍ୟା ଫନି ଯୋଗୁ ପାଖାପାଖି ୧୨ ହଜାର କୋଟି ଟଙ୍କାର କ୍ଷତି ହୋଇଛି । ୧୧ ହଜାର ୯୪୨ କୋଟିର କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାର ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍‌କୁ ଆଜି ଏହି ରିପୋର୍ଟ ପ୍ରଦାନ କରାଯିବ । ବାତ୍ୟା ଫନି ଦ୍ୱାରା ୧୪ଟି ଜିଲ୍ଲାର ୫୨ଟି ପୌରସଂସ୍ଥା ଓ ୧୫୯ଟି ବ୍ଲକର ୧୬୫. ୫୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସବୁଠାରୁ ବେଶୀ ପ୍ରଭାବିତ ହୋଇଛି ପୁରୀ ଜିଲ୍ଲା । ପୁରୀରେ ସର୍ବାଧିକ ୧୯. ୬୮ ଲକ୍ଷ ଲୋକ ପ୍ରଭାବିତ ହୋଇଛି । ବିଭିନ୍ନ ଚାଷ ସହ ବିଦ୍ୟୁତ, ଭିତ୍ତିମୂମି, ଟେଲି ଯୋଗାଯୋଗ, ସରକାରୀ କୋଠାବାଡ଼ି ଭଳି ସମ୍ପତ୍ତି ନଷ୍ଟ ହୋଇଛି ।

fani1 ବାତ୍ୟାରେ ଶକ୍ତି ବିଭାଗର ୧୧୫୯.୮୦ ଲକ୍ଷ, ଶିଳ୍ପ ବିଭାଗର ୧୫୨୬୯.୦୭ ଲକ୍ଷ, କୃଷି ବିଭାଗର ୧୦୨୩୦. ୫୩ ଲକ୍ଷ, ପଞ୍ଚାୟତିରାଜ ବିଭାଗର ୫୮୭୦୩.୩୩ ଳକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଜଗନ୍ନାଥ ମନ୍ଦିରର ୫୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ରିପୋର୍ଟରେ କୁହାଯାଇଛି । ଜଳସମ୍ପଦ ବିଭାଗର ୩୭୩୦୧.୨୦ ଲକ୍ଷ, ପୂର୍ତ୍ତ ବିଭାଗର ୫୯ ୭୩୨.୩୦ ଲକ୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗର ୪୩୫୧୭. ୬୮ ଲକ୍ଷର ସମ୍ପତ୍ତି ନଷ୍ଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ପର୍ଯ୍ୟଟନ ବିଭାଗର ୧୯୧୭ ଲକ୍ଷ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୧୦୯୪ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ବାତ୍ୟା ଦ୍ୱାରା ୧୪ଟି ଜିଲ୍ଲାର ୧୬୫. ୫୬ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.