ଯେତେବେଳେ ଇଣ୍ଟିମେଣ୍ଟ ସିନ୍ କରିବା ସମୟରେ ମାଧୁରୀଙ୍କ ଓଠ କାମୁଡି ଦେଇଥିଲେ ଏହି ଅଭିନେତା, ଆଜି ବି ଅନୁତାପ କରନ୍ତି ଧକ୍ ଧକ୍ ଗର୍ଲ

୫୨ ବର୍ଷରେ ପାଦ ଦେଲେ ଧକ ଧକ ଗର୍ଲ । ମୁମ୍ବାଇର ଏକ ବ୍ରାହ୍ମଣ ପରିବାରରେ ୧୯୬୭ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିବା ମାଧୁରୀ ୮୦ ଏବଂ ୯୦ ଦଶକରେ ବଲିଉଡର ଟପ୍ ଅଭିନେତ୍ରୀଙ୍କ ମଧ୍ୟରୁ ଥିଲେ ଜଣେ । ୧୯୮୬ ରେ ଫିଲ୍ମ ଅବୋଧ ଏବଂ ସ୍ବାତୀରୁ ନିଜ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିବା ମାଧୁରୀ ଖାଲିଟାରେ ହୋଇନାହାଁନ୍ତି ଧକ୍ ଧକ୍ ଗର୍ଲ । ତାଙ୍କର ମତୁଆଲା ଅନ୍ଦାଜ ଏବଂ ନିଖୁଣ ଅଭିନୟ ଲକ୍ଷ ଲକ୍ଷ ଲୋକଙ୍କୁ କରିଛି ନିଜର ଦିୱାନା । ନିଜ କ୍ୟାରିୟର୍ ମଧ୍ୟରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ମାଧୁରୀ । ହେଲେ ଗୋଟିଏ ଫିଲ୍ମ ଏମିତି ଥିଲା ଯେଉଁଥିପାଇଁ ଆଜିଯାଏ ଅନୁତାପ କରୁଛନ୍ତି ଧକ ଧକ ଗର୍ଲ ।

Madhuri Dixitଏଘଟଣା ସେ ସମୟର ଯେତେବେଳେ ବିନୋଦ ଖନ୍ନା ଫିଲ୍ମରେ ଦ୍ବିତୀୟ ଇନିଙ୍ଗ୍ସ  ଆରମ୍ଭ କରିବାକୁ ଯାଉଥିଲେ । ଆଉ ଏଥର ସେ ରୋମାଣ୍ଟିକ୍ ରୋଲ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ପରେ ଫିଲ୍ମ ଦୟାବାନରେ ମୁଖ୍ୟ ଭୁମିକାରେ ଆସିଲେ ମାଧୁରୀ ଏବଂ ବିନୋଦ ଖନ୍ନା । ସେ ସମୟରେ ବିନୋଦଙ୍କ ବୟସ ୪୨ ବର୍ଷ ହୋଇଥିବା ବେଳେ ମାଧୁରୀଙ୍କ ବୟସ ଥିଲା ମାତ୍ର ୨୧ ବର୍ଷ । ଇଣ୍ଡଷ୍ଟ୍ରିରେ ନିଜ ସ୍ଥାନ ପକ୍କା କରିବା ପାଇଁ ସଂଘର୍ଷ କରୁଥିବା ମାଧୁରୀ ଜାଣି ନଥିଲେ ଫିଲ୍ମରେ ତାଙ୍କ ସହ ଏପରି କିଛି ହେବାକୁ ଯାଉଛି ଯାହାକୁ ସେ ସାରା ଜୀବନ ଭୁଲି ପାରିବେନି ।

madhuriଫିଲ୍ମରେ ମାଧୁରୀ ଏବଂ ବିନୋଦଙ୍କର କିଛି ଇଣ୍ଟିମେଂଟ୍ ଏବଂ ଲିପ୍ ଲକ୍ ସିନ୍ ଥିଲା । ସମସ୍ତଙ୍କୁ ଲାଗୁଥିଲା ବୋଧେ ମାଧୁରୀ ଏହି ସିନ୍ କରିବେନି । ହେଲେ ସମସ୍ତଙ୍କୁ ଭୁଲ୍ ପ୍ରମାଣିତ କରି ଖୁବ୍ ସହଜରେ ବିନୋଦଙ୍କ ସହ ଏହି ସିନ୍ କରିଥିଲେ । ଏପରିକି ଏହି ସିନ୍ କରିବା ସମୟରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ବିନୋଦ । ଆଉ କିସ୍ କରିବା ସମୟରେ ମାଧୁରୀଙ୍କ ଓଠ କାମୁଡି ଦେଇଥିଲେ । ଯେତେବେଳେ ଫିଲ୍ମ ରିଲିଜ୍ ହେଲା ଦର୍ଶକ ଫିଲ୍ମ ବିଷୟରେ କମ୍ ଏବଂ ସେହି ଇଣ୍ଟିମେଂଟ୍ ସିନ୍ ବିଷୟରେ ଅଧିକ ଚର୍ଚ୍ଚା କରିଥିଲେ । କାରଣ ସେ ସମୟରେ ଏଭଳି ସିନ୍ କରିବା ସବୁଠାରୁ ବଡ଼ କଥା ହେଲା ।

ପରେ ଏକ ସାକ୍ଷାତକାରରେ ମାଧୁରୀ କହିଥିଲେ ଦୟାବାନର ଏହି ସିନ୍ ପାଇଁ ଆଜି ବି ଅନୁତାପ କରନ୍ତି । ଏଭଳି ସିନ୍ କରିବାର ନଥିଲା ବୋଲି କହିଥିଲେ । ତେବେ ଏହି ଫିଲ୍ମ ପରେ ଆଉ କୌଣସି ଫିଲ୍ମରେ ଏଭଳି ବୋଲ୍ଡ ସିନ୍ ଦେଇନାହାଁନ୍ତି ଧକ ଧକ ଗର୍ଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.