ଇଞ୍ଜିନିୟରିଂ ସ୍ନାତକଙ୍କ ପାଇଁ ଭାରତୀୟ ନୌସେନା ପ୍ରଥମ ଥର ଆୟୋଜନ କରିବ ପ୍ରବେଶ ପରୀକ୍ଷା

ଭାରତୀୟ ନୌସେନା ପ୍ରଥମ ଥର ପାଇଁ ଇଞ୍ଜିନିୟରିଂ ସ୍ନାତକଙ୍କ ପାଇଁ ଏକ ପ୍ରବେଶ ପରୀକ୍ଷା ଆୟୋଜିତ କରିବ। ଯାହା ଜରୀଆରେ ସେମାନଙ୍କୁ ଅଫିସର ପୋଷ୍ଟ ପାଇଁ ସେବାରେ ସାମିଲ କରାଯିବ। ପ୍ରଥମ ନୌସେନା ପ୍ରବେଶ ପରୀକ୍ଷା ସେପ୍ଟେମ୍ବର ୨୦୧୯ରେ ଆୟୋଜିତ କରାଯିବ।

ନୌସେନାର ପ୍ରବକ୍ତାଙ୍କର କହିବାନୁଯାୟୀ ସ୍ଥାୟୀ କମିସନ ଏବଂ ଶର୍ଟ-ସର୍ଭିସ କମିସନ ଷ୍ଟ୍ରୀମରେ ଅଫିସର ଭାବରେ ନୌସେନାରେ ଭର୍ତ୍ତୀ ହେବା ପାଇଁ ଇଚ୍ଛା ରଖିଥିବା ଲୋକଙ୍କ ପାଇଁ ଦେଶର ବିଭିନ୍ନ କେନ୍ଦ୍ରରେ ପରୀକ୍ଷାର ଆୟୋଜନ କରାଯିବ।

ଏହି ପରୀକ୍ଷା ସ୍ନାତକ ପରେ ଅଫିସରଙ୍କ ସିଧା ଚୟନ ପାଇଁ ଆୟୋଜିତ କରାଯିବ। ବର୍ତ୍ତମାନ ଆଶାୟୀଙ୍କ ନିଯୁକ୍ତି ପାଇଁ ସ୍ନାତକ କିମ୍ବା ସ୍ନାତକତ୍ତର ପ୍ରାପ୍ତ ଅଙ୍କର ଆଧାରରେ ସେବା ଚୟନ ବୋର୍ଡ (ଏସଏସବି) ଦ୍ବାରା ଇଣ୍ଟର୍ଭ୍ୟୁ ପାଇଁ ଶର୍ଟଲିଷ୍ଟ କରାଯାଇଥାଏ।

କିନ୍ତୁ ଏବେ ନୂଆ ସିଷ୍ଟମ ଦ୍ବାରା, ଅବଶ୍ୟ ଏସଏସବି ପାଇଁ ଶର୍ଟଲିଷ୍ଟିଂ ଆଇଏନଇଟିରେ ପ୍ରାପ୍ତ ଅଙ୍କର ଆଧାରରେ କରାଯିବ।

ପରୀକ୍ଷାରେ ଚରୋଟି ସେକ୍ସନ ହେବ। ଯେଉଁଥିରେ ଇଂରାଜୀ, ତର୍କ ଏବଂ ସଂଖ୍ୟାତ୍ମକ ଆପ୍ଟିଚ୍ୟୁଡ୍, ସାଧାରଣ ବିଜ୍ଞାନ ଏବଂ ଗଣିତ ସାମିଲ ରହିଛି। ଆଶାୟୀଙ୍କୁ ସବୁ ସେକ୍ସନରେ ଉର୍ତ୍ତୀର୍ଣ୍ଣ ହେବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.